Odisha Link
Bridging the Missing Links in Odisha

ଚର୍ଚ୍ଚାରେ ‘ମେଡ୍ ଇନ୍ ଚାଇନା’

ଭୁବନେଶ୍ବର : ‘ମେଡ୍ ଇନ୍ ଚାଇନା’ ସିନେମାଟି ଚଳିତ ବର୍ଷ ଦୀପାବଳିରେ ମୁକ୍ତିଲାଭ କରିବାକୁ ଯାଉଛି। ମିଖିଲ୍ ମୁସାଲେ ଏହି ସିନେମାଟିକୁ ନିର୍ଦେଶନା ଦେଇଛନ୍ତି ।ଏହି ସିନେମାରେ ମୁଖ୍ୟ ଭୂମିକାରେ ରାଜକୁମାର ରାଓ, ମୌନି ରାୟ ଓ ବୋମନ୍ ଇରାନି ଅଭିନୟ କରୁଛନ୍ତି। ଏହି ସିନେମାଟି ଚିନ ଓ ଅହମ୍ମଦାବାଦରେ ସୁଟିଂ ହୋଇଛି,ଓ ଏହି ସିନେମାଟି ହାସ୍ୟରାସାତ୍ମକ କାହାଣୀ ଉପରେ ଆଧାରିତ ହୋଇଛି ।

୨ଦିନ ତଳେ ଏହି ସିନେମାର ମୋଶନ୍ ପୋଷ୍ଟର ମୁକ୍ତିଲାଭ ହୋଇଥିଲା । ସିନେମାର ସୁଟିଂ ଅନେକ ପୂର୍ବରୁ ଶେଷ ହୋଇଥିବାବେଳେ ପ୍ରଥମେ ଅଗଷ୍ଟ ୧୫ରେ ଏହା ମୁକ୍ତିଲାଭ ହେବ ବୋଲି ସ୍ଥିର ହୋଇଥିଲା ,କିନ୍ତୁ ସେଇ ସମୟରେ ‘ସାହୋ’ ଓ ‘ମିଶନ୍ ମଙ୍ଗଲ’ ମୁକ୍ତିଲାଭ କରିବ ବୋଲି ଜଣାପଡ଼ିବା ପରେ ପ୍ରଯୋଜନା ସଂସ୍ଥା ‘ମେଡ୍ ଇନ୍ ଚାଇନା’କୁ ଆଗାମୀ ଦିନ ନିମନ୍ତେ ସ୍ଥଗିତ ରଖିଦେଇଥିଲେ।, ଏବଂ ଦୀପାବଳିରେ ‘ହାଉସଫୁଲ୍-୪’ ମଧ୍ୟ ମୁକ୍ତିଲାଭ କରିବ ବୋଲି ସୂଚନା ମିଳୁଛି ।

Comments are closed.