Odisha Link
Bridging the Missing Links in Odisha

ମୁଣ୍ଡ ଉପରେ ମରଣ: ଫଟା ଛାତ ତଳେ ୧୪୦ ପିଲାଙ୍କ ଭବିଷ୍ୟତ, ଦେଖନ୍ତୁ ଭିଡିଓ

ନୟାଗଡ଼: ଗୋଟିଏ ପଟେ ସରକାର ଶିକ୍ଷାର ଉନ୍ନତି ନିମନ୍ତେ ଆପଣଉଛନ୍ତି ବହୁତ ଯୋଜନା। ଅପରପକ୍ଷେ ଛାତ୍ରଛାତ୍ରୀ ମାନେ ପାଠ ପଢ଼ୁଛନ୍ତି ବିପଦ ସଙ୍କୁଳ ଅବସ୍ଥାରେ। ଏପରି ଏକ ଘଟଣା ସାମ୍ନାକୁ ଆସିଛି। ବିପଦ ସଙ୍କୁଳ ସ୍କୁଲ ଶ୍ରେଣୀ ଗୃହ ନେଇ ତାତିଲେ ଛାତ୍ରଛାତ୍ରୀ ଓ ଅଭିଭାବକ। ଏଥିସହିତ ସ୍କୁଲ ଆଗରେ ଦେଲେ ଧାରଣା। ଏପରି ଦେଖିବାକୁ ମିଳିଛି ଓଡ଼ଗାଁ ବ୍ଲକ୍‌ ଗୋଲ ଗାଁ ୟୁଜି.ଏମ.ଇ.ସ୍କୁଲ ରେ।

ଦୀର୍ଘ ଦିନ ହେବ ୭ଟି ଶ୍ରେଣୀ ଗୃହ, ବାରଣ୍ଡା ଓ ଅଫିସ ବିପଦ ସଙ୍କୁଳ ଆବସ୍ଥାରେ ରହିଛି। ତେଣୁ ବାଧ୍ୟ ହୋଇ ସମସ୍ତ ପିଲା ୨ ଟି ଅପେକ୍ଷାକୃତ ଭଲ ଶ୍ରେଣୀରେ ବସି ପାଠ ପଢୁଛନ୍ତି। ତଥାପି ମଧ୍ୟ ସେହି ଗୃହ ଗୁଡ଼ିକର ଛାତ ଫାଟି ଆଁ କଲାଣି, ଆଉ ଏଗୁଡିକ ବିପଦ ମୁକ୍ତ ମଧ୍ୟ ନୁହେଁ। କେତେକ ସ୍ଥାନରେ କାନ୍ଥ ଓ ଛାତରୁ ସିମେଣ୍ଟ ଖସିପଡ଼ି ଥିବାବେଳେ  ଛାତର ସିମେଣ୍ଟ ରଡ଼ ସ୍ପଷ୍ଟ ଦେଖାଯାଉଛି। ତେଣୁ ପ୍ରତିବାଦ ସ୍ୱରୂପ ତାଲା ପକାଇ ବିଦ୍ୟାଳୟ ଆଗରେ ଧାରଣାରେ ବସିଛନ୍ତି ଛାତ୍ରୀଛାତ୍ର ଏବଂ ଅଭିଭାବକ। ଏ ନେଇ ଶ୍ରେଣୀ ଗୃହରେ ପାଠପଢ଼ାକୁ ନେଇ ଆଗରୁ ବହୁବାର ଅଭିଯୋଗ ହୋଇଥିବା କହିଛନ୍ତି ଜଣେ ଗ୍ରାମବାସୀ। ଅପରପକ୍ଷେ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ କେବେ ହେଲେ ପାଠପଢ଼ାରେ ଅବହେଳା କରିନାହନ୍ତି। ଏଥିସହିତ ଶୀଘ୍ର ନୂତନ ଗୃହ ନିର୍ମାଣ ଦାବି କରିଛନ୍ତି ଗ୍ରାମବାସୀ।

Comments are closed.