Odisha Link
Bridging the Missing Links in Odisha

ମୋବାଇଲ୍‌ ପାଇଁ ଅଧ୍ୟାପକଙ୍କୁ ହତ୍ୟା କଲା ଯୁବକ

ସମ୍ବଲପୁର: ମୋବାଇଲ ଫୋନ୍ ପାଇଁ କିଏ କାହାର ଜୀବନ ନେଇପାରେ ବିଶ୍ୱାସ ହେଉନଥିଲେ ମଧ୍ୟ ସତ। ସମ୍ବଲପୁର ଜିଲ୍ଲାରେ ଏଭଳି କିଛି ଘଟଣା ଘଟିଛି। ସାମାନ୍ୟ ମୋବାଇଲ୍‌ ପାଇଁ ଜଣେ ଯୁବକ ଅଧ୍ୟାପକଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଗତ ୫ ତାରିଖରେ ସମ୍ବଲପୁର ଜିଲ୍ଲା ଶାସନ ଥାନା ଅନ୍ତର୍ଗତ ମୁରା କଲେଜ୍‌ର ଅଧ୍ୟାପକ ହୃଦାନନ୍ଦ ପ୍ରଧାନଙ୍କ ହତ୍ୟାକାଣ୍ଡ ଘଟଣାରେ ଏଭଳି କିଛି ପର୍ଦ୍ଦାଫାସ ହୋଇଛି।
ମିଳିଥିବା ସୂଚନା ଅନୁସାରେ, ସେପ୍ଟେମ୍ବର ୫ ତାରିଖ ରାତିରେ ହୃଦାନନ୍ଦ ମୁରା ସ୍କୁଲ ନିକଟ ନିଜ ରୁମ୍‌ରେ ଥିଲେ। ଏହି ସମୟରେ ସ୍ଥାନୀୟ ଅଞ୍ଚଳର ଦୁଃଖନାଶନ ବାଗ୍‌ ତାଙ୍କ ରୁମରେ ପହଞ୍ଚି ତାଙ୍କ ସହ କଥା ହୋଇଥିଲେ। ଏହାପରେ ଅଧ୍ୟାପକ ଖାଇବାକୁ ବସିଥିବା ବେଳେ ଦୁଃଖନାଶନ ହଠାତ ପଛପଟୁ ତାଙ୍କ ମୁଣ୍ଡକୁ ଏକ କାଠ ଫାଳିଆରେ ପିଟି ଦେଇଥିଲେ। ପରେ ତଣ୍ଟି ଚିପି ହତ୍ୟା କରି ଅଧ୍ୟାପକଙ୍କ ମୋବାଇଲ ଫୋନ୍ ନେଇ ଘଟଣାସ୍ଥଳରୁ ଚମ୍ପଟ୍ ମାରିଥିଲେ। ହତ୍ୟାକାଣ୍ଡ ପରେ ଦୁଃଖନାଶନକୁ ଧରିବା ପାଇଁ ପୁଲିସ୍‌ ତା’ର ମୋବାଇଲ ଫୋନକୁ ଟ୍ରାକ୍ କରିଥିଲା। ଯେତେବେଳେ ଦୁଃଖନାଶନ ଅଧ୍ୟାପକଙ୍କ ଫୋନରେ ନିଜ୍ ସିମ୍ ପକାଇବା ଥିଲା, ଏନେଇ ପୁଲିସ୍‌କୁ ସୂଚନା ମିଳିଥିଲା। ଏହା ଜଣାପଡ଼ିବା ପରେ ଶାସନ ଥାନା ପୁଲିସ୍‌ ଗତକାଲି ଦୁଃଖନାଶନକୁ ଗିରଫ କରିବା ସହ ହତ୍ୟାକାଣ୍ଡର ପର୍ଦ୍ଦାଫାସ କରିଛି। ପୁଲିସ୍‌ ତା’ ନିକଟରୁ ଚୋରି ମୋବାଇଲ ଉଦ୍ଧାର କରିଛି।

Comments are closed.