Odisha Link
Bridging the Missing Links in Odisha

୨୦ ବର୍ଷରୁ କମ୍ ଜାତୀୟ ଆଥଲେଟିକ୍‌ ପ୍ରତିଯୋଗିତାରେ ନୟାଗଡ଼ ଝିଅ ଦିପାଳୀ

ଭୁବନେଶ୍ବର: ନୟାଗଡ଼ର ସୁନା ଝିଅ ଦିପାଳୀ ମହାପାତ୍ର ୨୦ ବର୍ଷରୁ କମ୍ ଜାତୀୟ ଆଥଲେଟିକ୍‌ ପ୍ରତିଯୋଗିତାରେ ଭାଗ ନେବା ପାଇଁ ମନୋନୀତ ହୋଇଛନ୍ତି। ସେ ଝାଡଖଣ୍ଡ ରାଞ୍ଚିରେ ଆୟୋଜିତ ହୋଇଥିବା ପୂର୍ବାଞ୍ଚଳ ଆଥଲେଟିକ୍ କ୍ରୀଡାର ୧୦୦ ମିଟର ଦୌଡ଼ରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଯାହାରି ଫଳରେ ଦିପାଳୀ ଜାତୀୟ ଆଥଲେଟିକ୍‌ ପ୍ରତିଯୋଗିତାରେ ଭାଗ ନେବାକୁ ମୋନନୀତ ହୋଇଛନ୍ତି।

୨୦ବର୍ଷରୁ କମ୍‌ ବୟସ ଜାତୀୟ ଆଥଲେଟିକ୍‌ ପ୍ରତିଯୋଗିତାରେ ଭାଗ ନେବାକୁ ଯାଉଛନ୍ତି ନୟାଗଡ଼ ଝିଅ ଦିପାଳୀ। ସେ ଏହା ପୂର୍ବରୁ ରାଜ୍ୟସ୍ତରୀୟ କ୍ରିଡା ପ୍ରତିଯୋଗିତାରେ ନିଜର ଉତ୍ତମ ଖେଳ ପ୍ରଦର୍ଶନ କରି ସମସ୍ତଙ୍କ ମନ ଜିଣି ପାରିଛନ୍ତି ଦିପାଳୀ।

Comments are closed.