Odisha Link
Bridging the Missing Links in Odisha

ସ୍ବାମୀଙ୍କ ପରିଚିୟ ଦେବେ ରାକ୍ଷୀ ସାୱାନ୍ତ

ଭୁବନେଶ୍ବର : ହିନ୍ଦୀ ସିନେମା ଓ ଟେଲିଭିଜନର କଣ୍ଟ୍ରୋଭର୍ସି କୁଇନ୍ ଓ ନୃତ୍ୟାଙ୍ଗନା , ହେଉଛନ୍ତି ରାକ୍ଷୀ ସାୱାନ୍ତ ।ସେ ଗତ ଜୁଲାଇ ୨୮ରେ ହିନ୍ଦୁ ଓ ଖ୍ରୀଷ୍ଟିଆନ୍‌ ପରମ୍ପରା ଅନୁଯାୟୀ ବିବାହ କରିଥିଲେ ।
ରାକ୍ଷୀ କହିଛନ୍ତି ବ୍ରିଟେନ୍‌ରେ ଥିବା ରିତେଶ୍‌ଙ୍କୁ ତାଙ୍କ ଫ୍ୟାନ୍‌ଙ୍କଠାରୁ ବି ଅଧିକ ଭଲ ପାଉଛନ୍ତି । ରାକ୍ଷୀ ,ରିତେଶ୍‌ଙ୍କୁ ଗୋଟିଏ ବର୍ଷ ସମ୍ପର୍କ ମଧ୍ୟରେ କେବଳ ବିବାହର ୧୫ ଦିନ ପୂର୍ବରୁ ଦେଖା କରିଥିଲେ ।

ରାକ୍ଷୀ ନିଜ ବିବାହ କଥା କହିଥିଲେ ମଧ୍ୟ ସ୍ବାମି ରିତେଶ୍‌ଙ୍କ ପରିଚିୟ ଦେଇନଥିଲେ । ସେ କହିଛନ୍ତି ରିତେଶ୍‌ ମିଡିଆଫ୍ରେଣ୍ଡଲି ନୁହନ୍ତି ,କିନ୍ତୁ ‘ବିଗ୍‌ ବସ୍‌-୧୩ରେ ତାଙ୍କ ସ୍ବାମୀଙ୍କର ପରିଚୟ କରାଇବେ ବୋଲି କହିଥିଲେ ।ଶୁଣିବାକୁ ମିଳିଛି ସେ ବିଗ୍‌ ବସ୍‌-୧୩ରେ ନିଜ ସ୍ବାମୀଙ୍କ ସହିତ ରହିବେ । ଏବେ ସେ ମୁମ୍ବାଇରୁ ବେଙ୍ଗାଲୁକୁ ଶିଫ୍ଟ କରିବା କଥା ଜଣା ପଡୁଛି । ସେ କିଛିଦିନ ଶ୍ୱଶୁର ଘରେ ରହିବା ପରେ ମୁମ୍ବାଇ ଫେରିବେ ବୋଲି ଜଣାପଡ଼ିଛି।

Comments are closed.