Odisha Link
Bridging the Missing Links in Odisha

ସିଲ୍ଟ ବେଲ୍ଟ ନଲଗାଇ ହଟହଟା ହେଲେ ସରକାରୀ ବାବୁ, ଦେଖନ୍ତୁ ଭିଡିଓ

ପାଟନା: ନୂଆ ମୋଟର ଯାନ ନିୟମ ଲାଗୁ ପରେ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି ସରକାରୀ ବାବୁଙ୍କ ନିୟମ ଭଙ୍ଗା ଦୃଶ୍ୟ। ଏମିତି ଏକ ଖବର ଆସିଛି ବିହାର ରାଜ୍ୟରୁ। ନୂଆ ମୋଟର ଭେଇକିଲ୍ ଆକ୍ଟ ଅନୁଯାୟୀ ବେଆଇନ ଗାଡ଼ି ଚାଳକଙ୍କ ଚାଲାଣ କାଟୁଥିଲେ ବିହାର ମୁଜାଫରପୁରର ଏମଭିଆଇ ଦିବ୍ୟ ପ୍ରକାଶ। ଏବେ ସେ ନିଜେ କାରରେ ଯାଉଥିବା ବେଳେ ସିଟ୍ ବେଲ୍ଟ ବାନ୍ଧିନଥିବା ଦେଖିବାକୁ ମିଳିଛି। ସାଧାରଣ ଲୋକଙ୍କ ନଜର ପଡ଼ିବା ପରେ ସେ ଏବେ ଆକ୍ରୋଶର ଶିକାର ହୋଇଛନ୍ତି। ଲୋକମାନେ ସିଟ୍ ବେଲ୍ଟ କାହିଁକି ବାନ୍ଧିନ ବୋଲି ଏମଭିଆଇଙ୍କୁ ଜବାବ ତଲବ କରିବା ପରେ କାର ଭିତରେ ଥିବା ଏମଭିଆଇ ଜଣଙ୍କ ନିଜ ଭୁଲ୍ ପାଇଁ ଭୟଭୀତ ହୋଇଯାଇଥିଲେ। ଶେଷରେ ଚୋର ମୁହଁ ଟାଣ ପ୍ରକୃତି ଦେଖାଇ ଲୋକଙ୍କୁ ନାଲି ଆଖି ଦେଖାଇବା ସହିତ ଖରାପ ଶବ୍ଦ କହିଥିଲେ।

ଏହାପରେ ପାଖରେ ଥିବା ଜନତା ଏକ୍ ହୋଇ ଏମଭିଆଇଙ୍କୁ ଘେରିଥିଲେ। ଶେଷରେ ଏମଭିଆଇ ଜଣଙ୍କ ପ୍ରାଣ ବିକଳରେ କାର୍‌ ଡ୍ରାଇଭରଙ୍କୁ ଜୋରରେ ଗାଡ଼ି ଚଳାଇବା ପାଇଁ କହି ପୁଲିସ୍ କମିଶନରଙ୍କ ପାଖରେ ପହଞ୍ଚିଥିଲେ। ସେଠାରେ ମଧ୍ୟ ସାଧାରଣ ଲୋକ ଏକଜୁଟ ହୋଇ ଏମଭିଆଇଙ୍କ ବିରୋଧରେ ନାରାବାଜି କରିଥିଲେ। ଏହାପରେ ସେଠୁ ମଧ୍ୟ ଦିବ୍ୟ ପ୍ରକାଶ ଖସି ପଳାଇଥିବା ଜଣାପଡ଼ିଛି।

Comments are closed.