Odisha Link
Bridging the Missing Links in Odisha

ଧୋନିଙ୍କ ଫଟୋ ପୋଷ୍ଟ କରିବା ପ୍ରସଙ୍ଗରେ ଏମିତି କହିଲେ ବିରାଟ

ନୂଆଦିଲ୍ଲୀ: ଦୁଇ ଦିନ ତଳେ ଧୋନିଙ୍କ ସନ୍ୟାସକୁ ନେଇ ଚର୍ଚ୍ଚା ହୋଇଥିଲା। କାରଣ ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି ମହେନ୍ଦ୍ର ସିଂହ ଧୋନୀଙ୍କ ସହିତ ଥିବା ଏକ ଫଟୋ ପୋଷ୍ଟ କରିଥିଲେ, ଏହା ପରେ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା ଯେ ଧୋନୀ ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ଦିନେ ଦୁଇ ଦିନ ମଧ୍ୟରେ ଅବସର ଘୋଷଣା କରିବେ। ଏ ଖବରକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିରାଟ କେହାଲି।

ଧୋନୀଙ୍କ ଫଟୋକୁ ନେଇ ବିରାଟ କୋହଲି କହିଛନ୍ତି ଯେ, ମୋ ମନରେ ସେମିତି କିଛି ନଥିଲା। ମୁଁ ଘରେ ବସି ଫଟେ ପୋଷ୍ଟ କଲି କିନ୍ତୁ ଏହା ଏତେ ବଡ଼ ନ୍ୟୁଜ୍ ହୋଇଯିବ ବୋଲି ଜାଣିନଥିଲି। ଏହା ମୋ ପାଇଁ ଏକ ଶିକ୍ଷା ଯେ ମୁଁ ଯାହା ଚିନ୍ତା କରୁଛି, ଲୋକେ ଏହାର ଓଲଟା ଚିନ୍ତା କରୁଛନ୍ତି। ଲୋକେ ଏହାକୁ ଏମିତି ଏକ ଜାଗାରେ ପହଞ୍ଚାଇ ଦେଲେ ଯାହା ସତ୍ୟ ନୁହଁ।

ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ଶୃଙ୍ଖଳା ପୂର୍ବରୁ ଦଳର ସଂଯୋଜନ ବିଷୟରେ ଆଲୋଚନା ବେଳେ ବିରାଟ କୋହଲି କହିଛନ୍ତି ଯେ, ସ୍ପିନ ବିଭାଗ ଦୀର୍ଘ ଦିନ ଧରି ଆମର ଶକ୍ତି ରହି ଆସିଛି। ମାଇଣ୍ଡସେଟ୍ ସବୁଠୁ ଅଧିକ ମହତ୍ଵ ରଖିଥାଏ। ଆପଣ କୌଣସି ବି ଫର୍ମାଟକୁ ହାଲୁକା ନେଇ ପାରିବେ ନାହିଁ। ପ୍ରତ୍ୟେକ ଖେଳର ପ୍ରତ୍ୟେକ ଫର୍ମାଟରେ ୧୨୦ ପ୍ରତିଶତ ପ୍ରଦର୍ଶନ କରିବାକୁ ଚେଷ୍ଟା କରିଥାଏ। କୋହଲି କହିଛନ୍ତି ଯେ, ଆମେ ଦୁନିଆର ଏମିତି ଏକ ଦଳ, ଯାହା ପାଖରେ ସବୁ ପ୍ରକାରର କମ୍ବିନେସନ ରହିଛି। ଆମେ ପ୍ରୟାସ କରିବା ଯେ ସର୍ବଦା ଆମ ପାଖରେ ଉନ୍ନତ ଏବଂ ଶକ୍ତିଶାଳୀ ଦଳ ରହୁ। ଆଗାମୀ କିଛି ବର୍ଷରେ ଅନେକ ମ୍ୟାଚ୍ ଖେଳାଯିବ। ତେଣୁ ସେହି ମୁତାବକ ଦଳର ସ୍ଥିତି ନେଇ ଚିନ୍ତା କରିବାକୁ ପଡ଼ିବ।

Comments are closed.