Odisha Link
Bridging the Missing Links in Odisha

ବାପା ହେବେ କପିଲ

ଭୁବନେଶ୍ବର : ‘ଦ କପିଲ ଶର୍ମା ଶୋ’ର କିଙ୍ଗ୍‌ କପିଲ ଶର୍ମା ନିଜ ଶୋ’ର ଶୁଟିଂରେ ବ୍ରେକ୍‌ ନେଇଛନ୍ତି।କପିଲ ଆଉ ୨୦ ଦିନର ଛୁଟି ନେଉଛନ୍ତି।ସେ କହିଛନ୍ତି କି ନଭେମ୍ବର ଓ ଡିସେମ୍ବର ଏପିସୋଡ୍‌ ଶୁଟିଂ କିଛିଦିନ ପାଇଁ ବନ୍ଦ ରହିବ,କାରଣ ସେ ଖୁବ୍‌ଶୀଘ୍ର ବାପା ହେବାକୁ ଯାଉଛନ୍ତି।କପିଲ ୧୨ ଡିସେମ୍ବର ୨୦୧୮ରେ ଗିନିଙ୍କୁ ବିବାହ କରିଥିଲେ।ତାପରେ କପିଲ ମୁମ୍ବାଇ କୁ ଆସି ରିସେପ୍‌ସନ୍‌ ପାର୍ଟି ଦେଇଥିଲେ।


ସେ ତାଙ୍କ ସ୍ତ୍ରୀ ଗିନି ଚତ୍‌ରଥ୍‌ଙ୍କ ସହିତ କିଛି ସମୟ କାଟିବାକୁ ଚାହୁଁଛନ୍ତି। ୧୦ ଦିନର ବ୍ରେକ୍‌ ଭିତରେ କପିଲ ଗିନିଙ୍କ ସହ କାନାଡା ଯାଇଥିଲେ। ସେହି ସମୟର କିଛି ଫଟୋ କପିଲ ସୋସିଆଲ ମିଡିଆରେ ଏବେ ଶେୟାର କରୁଛନ୍ତି।

ଯେତେବେଳେ କପିଲ ଜାଣିଲେ ସେ ବାପା ହେବାକୁ ଯାଉଛନ୍ତି, ତାଙ୍କର ବ୍ୟବହାର ସମ୍ପୂର୍ଣ୍ଣ ବଦଳିଯାଇଥିଲା ଓ ଟିକିଏ ସମୟ ପାଇଲେ ଗିନିଙ୍କ ପାଖକୁ ଚାଲିଯାଉଥିଲେ। କପିଲ ନିଜର ଖୁସିକୁ ଚ୍ୟାନେଲ୍‌ ମାଧ୍ୟମରେ ପ୍ରକାଶ କରିବାକୁ ଚାହିଁଥିଲେ।ନଭେମ୍ବର କିମ୍ବା ଡିସେମ୍ବରରେ କପିଲ ବାପା ହେବେ ବୋଲି କହିଛନ୍ତି।

Comments are closed.