Odisha Link
Bridging the Missing Links in Odisha

ଫ୍ୟାଶନ ଇଣ୍ଡଷ୍ଟ୍ରୀରୁ କୋଟି କୋଟି ଟଙ୍କା ଆୟ କରୁଛନ୍ତି ରିଦ୍ଧିମା

ଭୁବନେଶ୍ବର :କପୁର ପରିବାରର କନ୍ୟା ମାନେ ସିନେମା ଇଣ୍ଡେଷ୍ଟ୍ରୀରେ ନିଜର ନାମ କମାଇଛନ୍ତି ।କରୀନା ଓ କରିସ୍ମା ନିଜର ଅଭିନୟର ଯାଦୁରେ ଦର୍ଶକମାନଙ୍କ ମନ କିଣି ନେଇଛନ୍ତି।କପୁର ପରିବାରର ଆଉ ଜଣେ କନ୍ୟା ସିନେମା ଇଣ୍ଡଷ୍ଟ୍ରୀକୁ ଦୂରେଇ ଫ୍ୟାଶନ ଇଣ୍ଡଷ୍ଟ୍ରୀରେ ରହି କୋଟି କୋଟି ଟଙ୍କା ଆୟ କରିବାରେ ଲାଗିଛନ୍ତି।

ଋଷି ଏବଂନୀତୁ କପୁରଙ୍କ କନ୍ୟା ରିଦ୍ଧିମା କପୁର ସାହଣୀ । ସେ ୧୫ ସେପ୍ଟେମ୍ବର ୧୯୮୦ରେ ଜନ୍ମ ଗ୍ରହଣ କରିଥିଲେ ।ସେ ଆଜି ୩୯ ବୟସରେ ପାଦ ଥାପିଛନ୍ତି ।  ରିଦ୍ଧିମା ଏବଂ କରୀନାଙ୍କ ବୟସ ସମାନ । ଦୁହିଁଙ୍କ ଜନ୍ମ ସମୟରେ ଘରକୁ ରିଦ୍ଧି-ସିଦ୍ଧି ଆସିଛନ୍ତି ରାଜ କୁପର ବୋଲି କହିଥିଲେ। ସେବେଠୁ ତାଙ୍କ ନାମ ରିଦ୍ଧିମା ରଖାଇଥିଲା ।କରୀନା ବଲିଉଡରେ ନିଜର ଅଭିନୟ ଡେବ୍ୟୁ କରୁଥିବା ସମୟରେ ରିଦ୍ଧିମା ଲଣ୍ଡନରେ ପଢୁଥିଲେ ।ରିଦ୍ଧିମାଙ୍କର ଛୋଟ ସମୟରୁ ଅଭିନୟ ପ୍ରତିି କୌଣସି ରୁଚି ନଥିଲା ।ସେଥି ପାଇଁ ସେ ଫ୍ୟାଶନ ଏବଂ ଡ଼ିଜାଇନିଂରେ କ୍ୟାରିଅର ଗଢ଼ିବାକୁ ଚାହୁଁଥିଲେ।

ଏବେ ରିଦ୍ଧିମା ଫ୍ୟାଶନ ଇଣ୍ଡଷ୍ଟ୍ରୀରେ ବେଶ୍‌ ଜଣାଶୁଣା । ସେ ଫ୍ୟାଶନ ଡିଜାଇନିଂ ବ୍ୟତୀତ ଜୁଏଲାରୀ ଡିଜାଇନିଂ ମଧ୍ୟ କରନ୍ତି। ‘R’ ନାମରେ ତାଙ୍କର ଏକ ସଫଳ ଜୁଏଲାରୀ ବ୍ରାଣ୍ଡ ମଧ୍ୟ ରହିଛି ।ରିଦ୍ଧିମା ଏହି ବ୍ୟବସାୟରୁ କୋଟି କୋଟି ଟଙ୍କା ଆୟ କରୁଛନ୍ତି।ରିଦ୍ଧିମାଙ୍କୁ ବଲିଉଡର ଅନେକ ପାର୍ଟିରେ ଦେଖିବାକୁ ମିଳେ । ମା ନୀତୁଙ୍କ ସହିତ ଅନେକ ଫ୍ୟାଶନ ମାଗାଜିନର କଭର ପେଜ୍‌ରେ ମଧ୍ୟ ନଜର ଆସିଛନ୍ତି।


ରିଦ୍ଧିମା ୨୦୦୬ରେ ଦିଲ୍ଲୀର ଜଣେ ବ୍ୟବସାୟୀଙ୍କୁ ବିବାହ କରିଥିଲେ।ସେ ଭରତ ସାହନୀଙ୍କୁ ଲଣ୍ତନରେ ଦେଖା ହୋଇଥିଲା। ଭରତଙ୍କର ଏକ ଗାର୍ମେଣ୍ଟ କମ୍ପାନୀ ଓ ଫ୍ୟାଶନ ହାଉସ୍‌ ମଧ୍ୟ ଅଛି ।ତାଙ୍କର ଏକ କନ୍ୟା ସନ୍ତାନ ଅଛି।

Comments are closed.