Odisha Link
Bridging the Missing Links in Odisha

କଫି ଫେସ୍‌ପ୍ୟାକ୍ : ତ୍ବଚା ପାଇଁ ଖୁବ୍ ଉପକାରୀ

ଭୁବନେଶ୍ବର :ସାଧାରଣତଃ ସମସ୍ତେ ଏକ ସୁନ୍ଦର ଓ ଆକର୍ଷଣୀୟ ଚେହେରା ପାଇବାକୁ ଇଚ୍ଛା କରିଥାନ୍ତି । ସେଥିପାଇଁ ତ୍ବଚାର ସମସ୍ୟାକୁ ଏଡ଼ାଇ ତାକୁ ସୁନ୍ଦର କରିବା ପାଇଁ ବଜାରରେ ମିଳୁଥିବା ବିଭିନ୍ନ ପ୍ରକାରର ମହଙ୍ଗା ସମାଗ୍ରୀ ମଧ୍ୟ ବ୍ୟବହାର କରିଥାନ୍ତି। କିନ୍ତୁ ଅନେକ ଥର ଏସବୁର ବ୍ୟବହାର ତ୍ୱଚା ପାଇଁ କ୍ଷତିକାର ହୋଇଥାଏ। ତେଣୁ ତ୍ବଚାକୁ ସୁନ୍ଦର ଓ ସୁରକ୍ଷିତ ରଖିବା ପାଇଁ ଘରୋଇ ଉପଚାର ଆପଣାଇବା ଦରକାର । ସେଥିମଧ୍ୟରୁ କଫି ଫେସ୍‌ ପ୍ୟାକ୍ । ଏହା ଘରେ ଅତି ସହଜରେ ଉପଲବ୍ଧ ଥାଏ ।କଫି ତ୍ବଚାକୁ ସୁନ୍ଦର ଓ ଆକର୍ଷଣୀୟ କରିଥାଏ।


ଆସନ୍ତୁ ଜାଣିବା କଫି ଫେସ୍‌ ପ୍ୟାକ୍‌ ବିଷୟରେ –
-କଫିରେ ଆଣ୍ଟି ଅକ୍ସିଡାଣ୍ଟ ଥାଏ ତେଣୁ ଏହା ତ୍ୱଚା ପାଇଁ ଖୁବ୍ ଲାଭକାରୀ ହୋଇଥାଏ। କଫି ତ୍ୱଚାକୁ ପ୍ରଚୁର ମାତ୍ରାରେ ପୋଷଣ ଦେଇଥାଏ।
-କଫି ତ୍ୱଚାର ମୃତ କୋଷିକା ଗୁଡିକ ବାହାର କରି ଦେଇଥାଏ। ଏବଂ ତ୍ୱଚାକୁ ସୁସ୍ଥ ଓ ସତେଜ ରଖିଥାଏ। ସପ୍ତାହରେ ଥରେ କଫିରେ ପ୍ରସ୍ତୁତ ହୋଇଥିବା ଫେସ୍ ପ୍ୟାକ୍ ବ୍ୟବହାର କରନ୍ତୁ ।


-କଫି ଫେସପ୍ୟାକ ବ୍ୟବହାର କଲେ ସନ୍ ଟ୍ୟାନ୍ ହୋଇନଥାଏ । କଫି ତ୍ୱଚାରେ ଥିବା ନାଲି ଦାଗକୁ କମ୍ କରାଇଥାଏ । ଯଦି ସୂର୍ୟ୍ୟଙ୍କ ପ୍ରଖର କିରଣରୁ ଜଳାପୋଡା ହେଉଛି କଫି ଫେସପ୍ୟାକ ବ୍ୟବହାର କଲେ ଏଥିରୁ ରକ୍ଷା ମିଳିଥାଏ ।
-କଫିଓମହୁର ମିଶ୍ରଣକୁ ଲଗାଇଲେ ଅଧିକ ଲାଭ ମିଳିଥାଏ।

Comments are closed.