Odisha Link
Bridging the Missing Links in Odisha

ଆପଣ ଫ୍ରିଜରେ ଅଟାଚକଟା ରଖୁଛନ୍ତି କି?

ଭୁବନେଶ୍ବର : ଫ୍ରିଜ୍ ଏପରି ଏକ ଯନ୍ତ୍ର ଖାଦ୍ୟକୁ ବହୁତ ଦିନ ଯାଏ ସତେଜ କରି ରଖିବାରେ ସାହାର୍ଯ୍ୟ କରେ । ଘରେ ମା ମାନେ ଶୀଘ୍ର ବ୍ରେକଫାଷ୍ଟ ତିଆରି କରିବା ପାଇଁ ଫ୍ରିଜରେ ଅଟାକୁ ଚକଟି ରଖିଥାନ୍ତି । ସେହି ଅଟାକୁ ତାପରଦିନ ବ୍ୟବହାର କରିଥାନ୍ତି ।ବାସି ଅଟାରେ ରୁଟି ତିଆାର କରିବା କଥାନୁହେଁ,କାରଣ ଏହା ଦେହ ଖରାପ କରିବାରେ ମୂଖ୍ୟ କାରଣ ହୋଇଥାଏ ।

ଅଟା ଯେତେବେଳେ ପାଣିର ସସ୍ପର୍ଶରେ ଆସେ ସେହି ମୂହୃତରେ ଅଟାକୁ ବ୍ୟବହାର କରିବା ଦରକାର କାରଣ ଅଟାରେ କେତେକ ରାସାୟନ ଗୁଣ ବଦଳିଯାଏ, ଯାହା ଦେହ ପାଇଁ କ୍ଷତିକାରକ ହୋଇଥାଏ । ଅଟାକୁ ଫ୍ରିଜରେ ରଖିଲେ ଫ୍ରିଜ୍ରୁ ବାହାରୁ ଥିବା କିରଣ ଅଟାଚକଟା ଭିତରେ ପଶି ଯାଇଥାଏ । ଏହା ଦେହରେ ବିଭିନ୍ନ ପ୍ରକାରର ରୋଗର କାରଣ ହୋଇଥାଏ ।

ଓଦା ଅଟାରେ ଫର୍ମଟେଶନ୍ ସୃଷ୍ଟି ହେଇଥାଏ ଯାହା ଫଳରେ ଅଟାରେ ବ୍ୟାକ୍ଟେରିୟା ଓ କେମିକାଲ୍ ପ୍ରସ୍ତୁତ ହୋଇଥାଏ ।ବାସି ଅଟାରେ ପ୍ରସ୍ତୁତ ହୋଇଥିବା ଖାଦ୍ୟ ଖାଇଲେ ପେଟରେ ଗ୍ୟାସ ହୋଇଥାଏ ।ଶାସ୍ତ୍ରଅନୁସାରେ ବାସି ଅଟାଚକଟା ଘରେ ରଖିବା ଉଚିତ୍ ନୁହଁ, କାରଣ ଏହା ପିଣ୍ଡ ସହସମାନ ।ଏହାଦ୍ୱାରା ଘରେ ନକାରତ୍ମକ ଶକ୍ତି ରହିଥାଏ ଏବଂ ଘରେ କିଛି ନା କିଛି ରୋଗ ହୋଇଥାଏା

Comments are closed.