Odisha Link
Bridging the Missing Links in Odisha

ମୋଦି ଜନ୍ମଦିନରେ କଲେ ନର୍ମଦା ପୂଜାର୍ଚ୍ଚନା

ନୂଆଦିଲ୍ଲୀ: ଆଜି ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ। ୬୯ ବର୍ଷ ବୟସରେ ପାଦ ଥାପିଲେ ମୋଦି। ଏହି ଦିନକୁ ସ୍ମରଣୀୟ କରିବା ପାଇଁ ଗୁଜୁରାଟ ଯାଇଛନ୍ତି ମୋଦି। ଆଜି ଜନ୍ମଦିନ ପାଳନ ପୂର୍ବରୁ ମାଙ୍କ ଠାରୁ ଆଶିର୍ବାଦ ନେଇଛନ୍ତି ନରେନ୍ଦ୍ର ମୋଦି। ମୋଦିଙ୍କ ଜନ୍ମଦିନ ଅବସରରେ ଗୁଜରାଟରେ ନର୍ମଦା ମହୋତ୍ସବ ପାଳନ କରାଯାଇଛି। ଜନ୍ମଦିନରେ ସେ ନର୍ମଦା ନଦୀରେ ପୂଜାର୍ଚ୍ଚନା କରିବା ପାଇଁ ସର୍ଦାର ସରୋବର ଡ୍ୟାମ ପହଁଚିବା ସହ ପୂଜାର୍ଚ୍ଚନା କରିଛନ୍ତି।

ଏହା ପୂର୍ବରୁ ସେ ନର୍ମଦା ଜିଲ୍ଲାର କେବାଡିଆରେ ଖଲବାନୀ ଉକୋ ଟୁରିଜିମ ସାଇଟ ଭ୍ରମଣ କରିଥିଲେ। ଏହି ସମୟରେ ସେ ଜଙ୍ଗଲ ସଫାରୀର ମଜା ନେଇଥିଲେ। ଏପରିକି ସେ ସର୍ଦାର ସରୋବର ଡ୍ୟାମ ନିକଟରେ ଥିବା ଏକତା ନର୍ସରୀକୁ ବୁଲି ଦେଖିଥିଲେ। ନର୍ମଦା ପୂଜା କରିବା ପରେ ସେ ନମାମି ନର୍ମଦେ ମହୋତ୍ସବର ମଧ୍ୟ ଉଦଘାଟନ କରିବେ।

ଗତକାଲି ଅହମ୍ମଦାବାଦ ପହଂଚିବା ପରେ ତାଙ୍କୁ ଗୁଜୁରାଟ ମୁଖ୍ୟମନ୍ତ୍ରୀଙ୍କ ସମେତ ବିଜେପି ନେତା ଓ କର୍ମୀ ଜୋରଦାର ସ୍ୱାଗତ କରିଛନ୍ତି। ମୋଦିଙ୍କ ସ୍ୱାଗତ ପାଇଁ ସଜେଇ ହୋଇଛି ଅହମ୍ମଦାବାଦ ସହର। ବିମାନ ବନ୍ଦରରୁ ରାଜଭବନ ଯାଏଁ ହୋର୍ଡିଂ ଓ ପୋଷ୍ଟର ଦେଖିବାକୁ ମିଳିଛି। ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନକୁ ବିଭିନ୍ନ ସ୍ଥାନରେ ପାଳନ କରୁଛନ୍ତି ବିଜେପି କର୍ମୀ। ଗାନ୍ଧିନଗରରେ ମୋଦିଙ୍କ ଜୀବନୀକୁ ନେଇ ଏକ ଫଟୋପ୍ରଦର୍ଶନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।

Comments are closed.