Odisha Link
Bridging the Missing Links in Odisha

ଝିଅର ଫେକ୍ ସାର୍ଟିଫିକେଟ ବିଷୟରେ ମୁହଁ ଖୋଲିଲେ ଚଙ୍କି ପାଣ୍ଡେ

ମୁମ୍ୱାଇ: କରଣ ଜୋହର ଙ୍କ ‘ଷ୍ଟୁଡେଣ୍ଟ ଅଫ୍‌ ଦି ଇୟର୍‌ ୨’ ଜରିଆରେ ସିନେମା ଇଣ୍ଡଷ୍ଟ୍ରରି ରେ ପାଦ ଦେଇଥିଲେ ଅନନ୍ୟା ପାଣ୍ଡେ। ସିନେମାଟି ରିଲିଜ ହେବା ପୂର୍ବରୁ ଅନନ୍ୟା ଏକ ବଡ ବିବାଦରେ ଫସି ଯାଇଥିଲେ। ଏହା ସିନମା ପାଇଁ ପାଇଁ ନୁହେଁ, ଏହି ବିବାଦ ପାଠପଢ଼ାକୁ ନେଇ ହୋଇଛି ।

ଅନନ୍ୟାଙ୍କର କ୍ଲାସ୍‌ମେଟ୍‌ ବୋଲି ଜଣେ ଇନଷ୍ଟାଗ୍ରାମ୍‌ରେ ୟୁଜର ଦାବି କରିଥିଲେ ଓ କହିଥିଲେ ଅନନ୍ୟା ପାଣ୍ଡେ ‘University of Southern California’ରେ ନାଁ ଲେଖି ଭୁଲ କରିଛନ୍ତି।

‘ଷ୍ଟୁଡେଣ୍ଟ ଅଫ୍‌ ଦି ଇୟର୍‌ ୨’ ସିନେମାର ପ୍ରୋମୋସନ୍‌ କରୁଥିବା ସମୟରେ ଅନନ୍ୟା କହିଥିଲେ ତାଙ୍କର, University of Southern Californiaରେ ଆଡମିଶନ୍‌ ହୋଇଯାଇଛି । କିନ୍ତୁ ଅଭିନୟ ପ୍ରତି ତାଙ୍କର ରୂଚୀ ଥିବାରୁ ପାଠ ପଢ଼ିବା ପାଇଁ ଯାଇପାରିଲେ ନାହିଁ। ଅନନ୍ୟାଙ୍କର ସାଙ୍ଗ ଇନଷ୍ଟାଗ୍ରାମ୍‌ରେ ତାଙ୍କର ମନ୍ତବ୍ୟକୁ ମିଛ ବୋଲି କହିଛନ୍ତି ଏବଂ ଅନନ୍ୟାଙ୍କର କିଛି ବ୍ୟକ୍ତିଗତ ମେସେଜ୍‌ ମଧ୍ୟ ଶେଆର୍‌ କରିଛନ୍ତି। ଅନନ୍ୟା ସେହି ମେସେଜ୍‌ ର ଜବାବ ଦବା ପାଇଁ ତାଙ୍କ ଇନଷ୍ଟାଗ୍ରାମ୍‌ ପେଜ୍‌ରେ ନିଜ ସାର୍ଟିଫିକେଟ୍‌ ଫଟ କପି ଶେଆର୍‌ କରିଥିଲେ।

ଏହି ପ୍ରସଙ୍ଗରେ ଅଭିନେତା ଚଙ୍କି ପାଣ୍ଡେ ନିଜର ପ୍ରତିକ୍ରିୟା ଦେଖାଇ ଏକ ଇଣ୍ଟରଭ୍ୟୁରେ କହିଛନ୍ତି, ‘ଏହି ଘଟଣା ପରେ ମୋ ଝିଅ ଚିନ୍ତାରେ ପଡ଼ିଯାଇଥିଲା। କିନ୍ତୁ ଏଥିରେ ଭୟଭୀତ ନହୋଇ ସେ ଏହାକୁ ଠିକ୍‌ ଭାବରେ ହ୍ୟାଣ୍ଡେଲ୍‌ କରିନେଥିଲା। ମୁଁ ତାକୁ ପରାମର୍ଶ ଦେଇଥିଲି ଏହି ବିଷୟରେ ଅଧିକ ସମୟ ପର୍ଯ୍ୟନ୍ତ ଚୁପ୍‌ ନ ରହିବା ପାଇଁ ।’

ଏବେ କାର୍ତ୍ତିକ୍‌ ଆର୍ୟନ୍‌ଙ୍କ ସହିତ ‘ପତି ପତ୍ନୀ ଔର୍‌ ବୋ’ ସିନେମାର ଶୁଟିଂରେ ଅନନ୍ୟା ବ୍ୟସ୍ତ ରହୁଛନ୍ତି।ଏହି ସିନେମାରେ ଅନନ୍ୟାଙ୍କ ସହିତ ଭୂମି ପେଡନାକର ମଧ୍ୟ ଅଛନ୍ତି। ଏବଂ ‘ଖାଲି ପିଲି’ ସିନେମାରେ ଇଶାନ୍‌ ଖଟ୍ଟରଙ୍କ ସହ ମଧ୍ୟ ଦେଖିବାକୁ ମିଳିବ।

Comments are closed.