Odisha Link
Bridging the Missing Links in Odisha

କଂଗ୍ରେସ ଉପରେ ବର୍ଷିଲେ ମାୟାବତୀ, କହିଲେ ଏମିତି….

ଲକ୍ଷ୍ନୌ: ଦେଶରେ ବଢ଼ୁଥିବା ସାମ୍ପ୍ରଦାୟିକ ଶକ୍ତି ପାଇଁ କଂଗ୍ରେସ ଦାୟୀ। ଏହି ସାମ୍ପ୍ରଦାୟିକ ଶକ୍ତିକୁ ଦୁର୍ବଳ କରିବା ପରିବର୍ତ୍ତେ ତା ବିରୋଧରେ ସ୍ୱର ଉତ୍ତୋଳନ କରୁଥିବା ଶକ୍ତିଙ୍କୁ ଦୁର୍ବଳ କରୁଛି। ପରିଣାମ ସ୍ୱରୂପ ସାମ୍ପ୍ରଦାୟିକ ଶକ୍ତି ଆହୁରି ଶକ୍ତିଶାଳୀ ହେଉଛି ବୋଲି ମାୟାବତୀ କହିଛନ୍ତି। ତେଣୁ ଦେଶବାସୀ ସାବଧାନ ରହିବା ଦରକାର ବୋଲି ମାୟାବତୀ କହିଛନ୍ତି। ଆଜି ବହୁଜନ ସମାଜ ପାର୍ଟି ସଭାପତି ସୁଶ୍ରୀ ମାୟାବତୀ ଆଜି ଟୁଇଟ କରି କଂଗ୍ରେସ ଉପରେ ବର୍ଷିଛନ୍ତି। ବୋଲି ମାୟାବତୀ କହିଛନ୍ତି।

ସୂଚନାଯୋଗ୍ୟ, ଗତକାଲି ମଧ୍ୟ ମାୟାବତୀ କଂଗ୍ରେସ ଉପରେ ବର୍ଷିଥିଲେ। ରାଜସ୍ଥାନରେ ବିଏସପିର ୬ ବିଧାୟକ କଂଗ୍ରେସରେ ମିଶିବା ପରେ ମାୟାବତୀ ଏବେ କଂଗ୍ରେସ ବିରୋଧରେ ବିଷ ଓଗାଳିବା ଆରମ୍ଭ କରିଛନ୍ତି।

Comments are closed.