Odisha Link
Bridging the Missing Links in Odisha

ରାବଣ ହବାକୁ ମନ ବଳାଇଲେ ପ୍ରଭାସ

ମୁମ୍ବାଇ: ସିନେମା ପରଦାରେ ଖୁବ ଶୀଘ୍ର ନଜର ଆସିବେ ପ୍ରଭାସ ଓ ଋତିକ ରୋଶନ । ‘ଦଙ୍ଗଲ୍‌’ ସିନେମାର ନିର୍ଦ୍ଦେଶକ ନିତେଶ ତିୱାରୀ ଏକ ସିନେମା ତିରି କରିବାକୁ ଯାଉଛନ୍ତି। ସିନେମା ଟିର ନାଁ ହେଉଛି ରାମାୟଣ ।

ଏହି ସିନେମା କୁ ନେଇ ନିର୍ଦ୍ଦେଶକ ନୀତେଶ ତିୱାରୀ ଯୋଜନା ପ୍ରସ୍ତୁତ କରିସାରିଛନ୍ତି ।ରାମାୟଣକୁ ନେଇ ଏକ ସିନେମା କରିବା ତାଙ୍କର ସ୍ୱପ୍ନ ବୋଲି ନୀତେଶ କହିଛନ୍ତି । ତାଙ୍କର ସିନେମା “ଛିଛୋରେ” ବକ୍ସ ଅଫିସରେ ହିଟ ସାବ୍ୟସ୍ତ ହୋଇଛି ଏବଂ ରାମାୟଣକୁ ନେଇ ସେ ଆଧିକ ଉତ୍ସାହିତ ଅଛନ୍ତି ।

ରାମାୟଣ ସିନେମାରେ ପ୍ରଭାସ ଓ ଋତିକଙ୍କ ସହ ଦୀପିକା ପାଦୁକନ ମଧ୍ୟ ନଜର ଆସିବେ ।ଏହି ସିନେମାରେ ଦୀପିକା ପାଦୁକନ ସୀତା ଏବଂ ଋତିକ ରୋଶନ ଭଗବାନ ରାମଙ୍କ ଚରିତ୍ର ରେ ଥିବା ବେଳେ ପ୍ରଭାସ ରାବଣ ଚରିତ୍ର ରେ ନଜର ଆସିବେ ।ବାହୁବଳୀ ପ୍ରଭାସ ଓ ଶ୍ରଦ୍ଧା କପୁରଙ୍କ ଅଭିନୀତ “ସାହୋ”  ସିନେମାଟି ବକ୍ସ ଅଫିସରେ ହିଟ ହୋଇଛି ।ଅକ୍ଟୋବର ୨ ତାରିଖରେ ଋତିକଙ୍କ ସିନେମା ‘ୱାର’ ରିଲିଜ ହେବାକୁ ଯାଉଛି ।

Comments are closed.