Odisha Link
Bridging the Missing Links in Odisha

ଏପରି କାମ କରି ଟ୍ରୋଲ୍‌ର ଶିକାର ହେଲେ ଶିଳ୍ପା ସେଟ୍ଟି

ମୁମ୍ବାଇ:ବଲିଉଡ୍‌ ର ଯୋଗ ଗୁରୁ ଭାବେ ଅଭିନେତ୍ରୀ ଶିଳ୍ପା ସେଟ୍ଟି ପରିଚିତ । ସେ ଯୋଗ ଦ୍ବାରା ନିଜ ଶରୀରକୁ ସୁସ୍ଥ ଶବଳ ରଖିଥାନ୍ତି ଏହାକୁ ନେଇ ସେ ମଧ୍ୟ ବହୁତ ଚର୍ଚ୍ଚା ରହିଛନ୍ତି ।
କିନ୍ତୁ ଏବେ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଏକ ଭିଡିଓ ଶେଆର୍‌ କରିଥିଲେ ।ଯାହା ଦ୍ବାରା ସେ ଟ୍ରୋଲ୍‌ର ଶିକାର ହୋଇଛନ୍ତି । ତାଙ୍କୁ ସୋଶାଲ୍‌ ମିଡିଆର ଦର୍ଶକମାନେ ବହୁତ ନିନ୍ଦା କରିବା ସହିତ ବିଭିନ୍ନ ଖରାପ ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି ।

ଶିଳ୍ପା ଏକ ପାର୍ଟିରେ ପ୍ଲେଟ୍ ଭାଙ୍ଗି ତାଙ୍କ ସାଙ୍ଗମାନଙ୍କ ସହିତ ଡ୍ୟାନ୍ସ କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ସେଥିରେ ତାଙ୍କର କିଛି ସାଥୀ ପ୍ଳଟକୁ ଭାଙ୍ଗି,ତାଉପରେ ନାଚ କରୁଥିଲେ ଏବଂଅନ୍ୟ କିଛି ସାଥୀ ପ୍ଲେଟ୍ ଫୋପାଡ଼ି ଭାଙ୍ଗୁଥିଲେ । ସେହି ଭିଡିଓରେ ଶିଳ୍ପାଙ୍କୁ ମଧ୍ୟ ପ୍ଲେଟ୍ ଭାଙ୍ଗିବାର ଦେଖିବାକୁ ମିଳିଛି।

ଭିଡିଓଟିକୁ ଶେଆର୍‌ କରିବା ପରେ ଶିଳ୍ପା ଲେଖିଛନ୍ତି, “ପ୍ଲେଟ୍‌ ଭାଙ୍ଗନ୍ତୁ ଓ ଏଗୁଡ଼ିକୁ ଧୋଇବା ଚିନ୍ତାରୁ ମୁକ୍ତି ପାଆନ୍ତୁ। ପାର୍ଟିରେ ବହୁତ ଏନଜୟ କଲି। ଏହା ଏକ ପରଫେକ୍ଟ ନାଇଟ୍‌ ଥିଲା। ପ୍ଲେଟ୍‌ଗୁଡ଼ିକୁ ଭାଙ୍ଗି ସବୁ ନକାରାତ୍ମକ ଚିନ୍ତାକୁ ଦୂର କରିବାର ଏହା ଏକ ବଢ଼ିଆ ଉପାୟ।”
ଶିଳ୍ପାଙ୍କର ଏହି ଭିଡିଓଟିକୁ ଦର୍ଶକମାନେ ଦେଖିବା ପରେ, ତାଙ୍କୁ ପ୍ଲେଟ୍‌ ନ ଭାଙ୍ଗିବା ପାଇଁ ପରାମର୍ଶ ଦେଇଛନ୍ତି। ଜଣେ ଦର୍ଶକ ଲେଖିଛନ୍ତି, ‘ଲୋକ ପ୍ଲେଟ୍‌ ସାଇତି କରି ରଖୁଛନ୍ତି, କିନ୍ତୁ ଏମାନଙ୍କୁ ଦେଖ.’

ଅନ୍ୟ ଜଣେ ଦର୍ଶକ ଲେଖିଛନ୍ତି, ‘ଏମିତି କରି ଯେଉଁମାନେ ପ୍ଲେଟ୍ ତିଆରି କରୁଛନ୍ତି, ସେମାନଙ୍କୁ ଅସମ୍ମାନ କରାଯାଉଛି। ଲାଜ ଲାଗିବା କଥା।’ ସେହିପରି ଆଉ ଜଣେ ଦର୍ଶକ ଲେଖିଛନ୍ତି, ‘ବହୁତ ପଇସା ଅଛି ନା। ପ୍ଲେଟ୍‌ ଭାଙ୍ଗିବା ଏମାନଙ୍କ ପାଇଁ ବହୁତ ସହଜ। ସେହି ଲୋକଙ୍କୁ ପଚାରନ୍ତୁ, ଯେଉଁମାନେ ଗୋଟିଏ ପ୍ଲେଟ କିଣି ପାରୁନାହାନ୍ତି।’

ଏପରିକି ଜଣେ ଦର୍ଶକ ଏହି ଭିଡିଓ ଦେଖିବା ପରେ ଶିଳ୍ପାଙ୍କ ଯୋଗ ପୋଷ୍ଟକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି, ‘ତୁମେ ଜାଣିନ କେତେ ନଷ୍ଟ କରିଛ। କିଛି ଭଲ କରନ୍ତୁ। ଦିନରେ ଯୋଗ କରୁଛ ଓ ରାତିରେ ଏପରି ସମ୍ପତ୍ତି ନଷ୍ଟ କରୁଛ। ତୁମେ ବହୁତ ଶସ୍ତା। ଲାଜ ଲାଗିବା କଥା।’

Comments are closed.