Odisha Link
Bridging the Missing Links in Odisha

କୋର୍ଟରେ ହାଜର ହେଲେ ଆଶୀର୍ବାଦ

କଟକ: କୋର୍ଟରେ ହାଜର ହେଲେ ଓସିଏର ପୂର୍ବତନ ସଂପାଦକ ଆଶୀର୍ବାଦ ବେହେରା। ଅର୍ଥତତ୍ତ୍ୱ ଚିଟଫଣ୍ଡ ମାମଲାରେ ସିବିଆଇ ଆଜି ସକାଳେ ଓସିଏର ପୂର୍ବତନ ସଂପାଦକ ଆଶୀର୍ବାଦ ବେହେରାଙ୍କୁ ଗିରଫ କରିଛି । ତାଙ୍କୁ ପ୍ରଥମେ ସିବିଆଇ ମୁଖ୍ୟାଳୟକୁ ନିଆଯାଇଥିବା ବେଳେ ସେଠାରୁ କୋର୍ଟରେ ହାଜର କରାଯାଇଛି। ଏହାପୂର୍ବରୁ ତାଙ୍କର ମେଡିକାଲ ଟେଷ୍ଟ କରାଯାଇଛି।

ଆଜି ଭୋରରୁ ଆଶୀର୍ବାଦଙ୍କ ଘରେ ରେଡ୍ କରି ସିବିଆଇ NBW ବଳରେ ତାଙ୍କୁ ଗିରଫ କରିଛି। ଆଶୀର୍ବାଦଙ୍କ ଗିରଫ ନେଇ କୋର୍ଟ NBW ଜାରି କରିଥିଲେ। ଏଥିଯୋଗୁ ତାଙ୍କୁ ରିମାଣ୍ଡରେ ନିଆଯିବ ନାହିଁ ବୋଲି କହିଛନ୍ତି ସିବିଆଇ କର୍ତ୍ତୃପକ୍ଷ।

Comments are closed.