Odisha Link
Bridging the Missing Links in Odisha

ବିଜେପୁର ଉପନିର୍ବାଚନ: ପୁଅ ପାଇଁ ଲବି କଲେ ବାପା!

ବିଜେପୁର: ଗତକାଲି ବିଜେଡି ପଶ୍ଚିମ ଓଡ଼ିଶ ବିକାଶ ପରଷଦ ଅଧ୍ୟକ୍ଷ ପଦ ଘୋଷଣା କରିଛି ଏଥି ସହିତ ବିଜେପୁର ଉପନିର୍ବାଚନକୁ ଦୃଷ୍ଟିରେ ରଖି ୪ଜଣିଆ ଟିମ୍‌ ଗଠନ କରିଛି। ଏସବୁକୁ ଆଖି ଆଗରେ ରଖି ପ୍ରାୟ ସବୁ ଦଳରେ ଟିକେଟ ପାଇଁ ଲବି ଆରମ୍ଭ ହୋଇଯାଇଥିବା କୁହାଯାଇଛି। କଂଗ୍ରେସ ଟିକେଟ ଦୌଡ଼ରେ ରିପୁନାଥ ଆଗରେ ଥିବା କୁହାଯାଉଛି। ତେବେ ରିପୁନାଥ ବାରବାର ହାରିବା ପରେ ଆଉ ନିଜେ ପ୍ରାର୍ଥୀ ନହୋଇ ନିଜ ପୁଅ କ୍ୟାରିୟର ଗଢିବା ପାଇଁ ଯୋଜନା କରୁଛନ୍ତି ବୋଲି ଚର୍ଚ୍ଚା ହେଉଛି। କାରଣ ବିଜେପୁର ଉପନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀ ଚୟନ ପ୍ରସଙ୍ଗରେ ସେ ଆଜି ମୁହଁ ଖୋଲିଛନ୍ତି। ତେବେ ସେ ନିଜ ପାଇଁ ନୁହେଁ ବରଂ ପରୋକ୍ଷରେ ନିଜ ପୁଅ ପାଇଁ ଲବି କରିଛନ୍ତି।

ସେ କହିଛନ୍ତି ଯେ, ଆଗାମୀ ଉପନିର୍ବାଚନରେ ଦଳୀୟ ପ୍ରାର୍ଥୀ କିଏ ହେବ ତାହା ଦଳପତି ନିଷ୍ପତ୍ତି ଗ୍ରହଣ କରିବେ। ମୁଁ ଗତ ଥର କେଉଁ ପରିସ୍ଥିତିରେ ଲଢିଥିଲି ତାହା ସମସ୍ତେ ଜାଣନ୍ତି। ଏଥର ମୋ ଠାରୁ ଭଲ ପ୍ରାର୍ଥୀ ପାଇଲେ ଦଳପତି ତାଙ୍କୁ ପ୍ରାର୍ଥୀ କରିପାରନ୍ତି। ତେବେ ପୁଅ ପାଇଁ ମୁଁ କହିନି। କିନ୍ତୁ ଲୋକେ କହୁଛନ୍ତି ବାପାକୁ ନହେଲେ ପୁଅ ଦିଅ। ମୁଁ କଂଗ୍ରେସ ଲୋକ। ଟିକେଟ ଦେଲେ ବି ରହିବି ନଦେଲେ ବି ଦଳରେ ରହିବି ବୋଲି ରିପୁନାଥ କହିଛନ୍ତି।

Comments are closed.