Odisha Link
Bridging the Missing Links in Odisha

ପୁଣି ନିରାଶ ଚିଦାମ୍ବରମ୍, ଅକ୍ଟୋବର ୩ ଯାଏଁ ଜେଲରେ ରହିବେ

ନୂଆଦିଲ୍ଲୀ: ପୁଣିଥରେ ନିରାଶ ହୋଇଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି.ଚିଦାମ୍ବରମ୍। କାରଣ ଅକ୍ଟୋବର ୩ ତାରିଖ ଯାଏ ବଢ଼ିଲା ପି. ଚିଦାମ୍ୱରମଙ୍କ ବିଚାର ବିଭାଗୀୟ ହାଜତ ଅବଧି। ଆଜି ଦିଲ୍ଲୀର ସ୍ୱତନ୍ତ୍ର ସିବିଆଇ ଅଦାଲତ ଚିଦାମ୍ୱରମଙ୍କ ହାଜତ ମିଆଦ ବଢାଇଛନ୍ତି।

ଅଗଷ୍ଟ ୨୦ରେ ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଚିଦାମ୍ୱରମଙ୍କୁ ସିବିଆଇ ଗିରଫ କରିଥିଲା। ସିବିଆଇ ରିମାଣ୍ଡରେ ନେବା ପରେ ସେପ୍ଚେମ୍ୱର ୫ ତାରିଖରୁ ଦିଲ୍ଲୀର ତିହାର ଜେଲରେ ରହିଛନ୍ତି ଚିଦାମ୍ୱରମ୍। ଆଜି ପ୍ରଥମ ବିଚାର ବିଭାଗୀୟ ହାଜତ ଅବଧି ଶେଷ ହେବା ପରେ କୋର୍ଟରେ ହାଜର କରିଥିଲା ସିବିଆଇ।

ସିବିଆଇ ଚିଦାମ୍ୱରମଙ୍କୁ କୋର୍ଟରେ ହାଜର କରି ପୁଣି ଥରେ ହାଜତ ଅବିଧି ବଢ଼ାଇବା ପାଇଁ ଅନୁରୋଧ କରିଥିଲା। ଚିଦାମ୍ୱରମଙ୍କ ଓକିଲ ଅଭିମନ୍ୟୁ କିନ୍ତୁ ହାଜତ ଅବଧି ବୃଦ୍ଧି ନିଷ୍ପତ୍ତିକୁ ବିରୋଧ କରିଥିଲେ। ସିବିଆଇ ଯେଉଁ ଆଧାରରେ ହାଜତ ଅବଧି ବୃଦ୍ଧି ପାଇଁ ଆବେଦନ କରୁଛି ତାହା ଠିକ୍ ନୁହେଁ ବୋଲି ଆଇନଜୀବୀ ଅଭିମନ୍ୟୁ କହିଥିଲେ। ଏହାପରେ ଉଭୟ ପକ୍ଷଙ୍କୁ ଶୁଣି ଚିଦାମ୍ବରମଙ୍କୁ ପୁଣି ଥରେ ତିହାର ଜେଲକୁ ୧୪ ଦିନିଆ ବିଚାରବିଭାଗୀୟ ହେପାଜତକୁ ପଠାଇ ଦେଇଛନ୍ତି ଦିଲ୍ଲୀର ସ୍ୱତନ୍ତ୍ର କୋର୍ଟ। ଅନ୍ୟପଟେ ଦିଲ୍ଲୀ ହାଇକୋର୍ଟରେ ଆସନ୍ତା ୨୩ ସେପ୍ଚେମ୍ୱରରେ ଚିଦାମ୍ୱରମଙ୍କ ଜାମିନ୍ ବାବଦରେ ଶୁଣାଣି କରିବେ।

Comments are closed.