Odisha Link
Bridging the Missing Links in Odisha

ନରେନ୍ଦ୍ର ମୋଦୀଙ୍କୁ ସଞ୍ଜୟ ଲୀଲା ଭଂସାଲୀ ତରଫ ରୁ ଏକ ସୁନ୍ଦର ଉପହାର ଜାଣନ୍ତୁ କ’ଣ

ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ମୋଦୀଙ୍କର ଜିବନୀ ଉପରେ ଆଉ ଏକ ସିନେମା ହେବାକୁ ଯାଉଛି। ଏହି ସିନେମାର ପୋଷ୍ଟର ରିଲିଜ ହୋଇଯାଇଛି । ପୋଷ୍ଟରଟିକୁ ଅକ୍ଷୟ କୁମାର ଏବଂ ପ୍ରଭାସଙ୍କ ସହ ଅନେକ ଅଭିନେତା ଟ୍ଵିଟ୍ ରେ ସେୟାର କରିଛନ୍ତି। ସିନେମାର ନାମ “ମନ ବୈରାଗୀ” ରଖାଯାଇଛି। କିଛି ଦିନ ପୂର୍ବରୁ ମୋଦୀଙ୍କ ଜିବନୀ ଉପରେ  “ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ” ସିନେମା ହୋଇଥିଲା। ସେହି ସିନେମାରେ ବିବେକ ଓବରୟ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ।ଏବଂ ସିନେମାଟି ୨୩କୋଟି ଟଙ୍କା ବ୍ୟବସାୟ କରିଥିଲା।

ମନ ବୈରାଗୀ ସିନେମାଟିକୁ ମହାବୀର ଜୈନ ଏବଂ ସଞ୍ଜୟ ଲୀଲା ଭଂସାଲୀ ପ୍ରଡ୍ୟୁସ୍ କରୁଛନ୍ତି। ଏହି ସିନେମା ଟିକୁ ସଞ୍ଜୟ ତ୍ରିପାଠୀ ଲେଖିଛନ୍ତିଏବଂ ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି। ସିନେମାଟି ଯୁବ ପିଢି଼ ମାନଙ୍କୁ ଆକୃଷ୍ଟ କରିବା ସହ ପ୍ରେରଣା ମଧ୍ୟ ଦେବ । ସିନେମାଟିରେ ମୋଦୀ କିପରି ତରୁଣ ଜୀବନରେ ସଂଘର୍ଷ କରି ନିଜ ଜୀବନର ପଥ ପରିବର୍ତ୍ତନ ଓ ସଫଳ ତାର ରହସ୍ୟ ଉଲେଖ୍ୟ କରାଯାଇଛି ।ସିନେମାଟିକୁ ଚଳିତ ବର୍ଷ ଶେଷ ସୁଦ୍ଧା ରିଲିଜ ହେବାର ସମ୍ଭାବନା ଅଛି।

ଅକ୍ଷୟ କୁମାର ଏହି ପୋଷ୍ଟରକୁ ସୋସିଆଲ ମିଡିଆରେ ସେୟାର କରି ଲେଖିଛନ୍ତି କି, ସଞ୍ଜୟ ଲୀଲା ଭଂସାଲୀ ଏବଂ ମହାବୀର ଜୈନଙ୍କ ସ୍ପେଶାଲ ପ୍ରୋଜେକ୍ଟର ପ୍ରଥମପୋଷ୍ଟର ଲଂଚ୍ ହୋଇଛି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜନ୍ମଦିନ ଅବସରରେ ଏହି ପୋଷ୍ଟର ରିଲିଜ୍ ହୋଇଛି।ଏବଂ ପ୍ରଭାସ ମଧ୍ୟ ନିଜ ସୋସିଆଲ ଆକାଉଣ୍ଟରେ ସେୟାର କରି ସେ ଲେଖିଛନ୍ତି କି, ଜଣେ ସ୍ପେଶାଲ ନିର୍ଦ୍ଦେଶକଙ୍କ ଦ୍ଵାରା ଏକ ସ୍ପେଶାଲ ଲୋକ ଉପରେ ଏକ ସ୍ପେଶାଲ ସିନେମା ପ୍ରସ୍ତୁତ କରାଯାଉଛି ।

Comments are closed.