Odisha Link
Bridging the Missing Links in Odisha

ପୁଣି ବିବାଦରେ ବିଗ ବି

ମୁମ୍ବାଇ:ଏଥର ବିବାଦକୁ ଆସିଛନ୍ତି ବଲିଉଡ଼ର ସୁପରଷ୍ଟାର ଅମିତାଭ ବଚ୍ଚନ। ଆପଣମାନେ ଅମିତାଭଙ୍କ କଥା ଶୁଣି ଭାବୁଥିବା କି ସେ ଏତେ ବୁଢ଼ା ବୟସରେ ପୁଣି କି କାଣ୍ଡ କଲେ ଯେ ବିବାଦକୁ ଆସିଲେ। ସେ ଆଉ କଉ ଝିଅଙ୍କ କାଷ୍ଟିଙ୍ଗ୍‌ କାଉଜ୍‌ ଭଳି କିଛି କାମ କଲେ କି? ନା ଅନ୍ୟ କିଛି କରିଛନ୍ତି। ଏବେ ଆପଣଙ୍କ ମନରେ ଥିବା ଭାବନାକୁ ଆମେ ଦୁର କରି ଦେଉଛୁ।

ମେଟ୍ରୋ କାର୍‌ ଶେଡ ପାଇଁ ମୁମ୍ବାଇର ଆରେ ଜଙ୍ଗଲର ୨୭୦୦ ଗଛ କଟାଯିବା ନିଷ୍ପତ୍ତି ନିଆଯାଇଛି ।ହେଲେ ଏହି ନିଷ୍ପତ୍ତିକୁ ବହୁ ବଲିଉଡ୍‌ ସେଲେବ୍ରିଟି ବିରୋଧ କରିଥିଲେ କିନ୍ତୁ ବିଗ ବି ଏହା ସପକ୍ଷରେ କହିଥିଲେ। ଅମିତାଭଙ୍କ ର ଏପରି କଥା ଶୁଣି ଲୋକମାନଙ୍କର ସମାଲୋଚନାର ଶିକାର ହୋଇଛନ୍ତି । ଯୋଉଁ ଲୋକ ମାନେ ଅମିତାଭ ବଚ୍ଚନଙ୍କୁ ଦେଖିବା ପାଇଁ ଘଣ୍ଟା ଘଣ୍ଟା ଅପେକ୍ଷା କରିଥାନ୍ତି ,ଆଜି ତାଙ୍କ ଘର ‘ପ୍ରତୀକ୍ଷା’ ଏବଂ ‘ଜଲସା’ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।ବଗିଚା କେବେ ହେଲେ ଏକ ଜଙ୍ଗଲର ସ୍ଥାନ ନେଇ ପାରିବ ନାହିଁ ବୋଲି ଜଣେ ବିକ୍ଷୋଭକାରୀ କହିଥିଲେ ।


ଅମିତାଭ ତାଙ୍କ ଟୁଇଟରେ ଲେଖିଥିଲେ, ‘ମୋର ଜଣେ ସାଙ୍ଗଙ୍କୁ ଜରୁରୀକାଳୀନ ମେଡିକାଲ ସୁବିଧାର ଆବଶ୍ୟକତା ଥିଲା। ତେବେ ସେ କାର୍‌ ପରିବର୍ତ୍ତେ ମେଟ୍ରୋରେ ଯିବା ପାଇଁ ନିଷ୍ପତ୍ତି ନେଇଥିଲେ ଏବଂ ଏଥିରେ ବହୁତ ପ୍ରଭାବିତ ହୋଇ ଫେରିଥିଲେ।ସବୁଠୁ ଦ୍ରୁତ, ସୁବିଧାଜନକ ଓ ଦକ୍ଷ।’ ସେ ପ୍ରଦୂଷଣରୁ ରକ୍ଷା ପାଇବା ଉପାୟ ସମ୍ପର୍କରେ ମଧ୍ୟ ଏଥିରେ ଲେଖିଥିଲେ। ସେ ଲେଖିଥିଲେ,’ପ୍ରଦୂଷଣର ସମାଧାନ- ଗଛ ଲଗାନ୍ତୁ। ମୁଁ ମୋ ବଗିଚାରେ ଗଛ ଲଗାଇଛି। ଆପଣ ଲଗାଇଛନ୍ତି କି?ବୋଲି ଅମିତାଭ କହିଥିଲେ।

Comments are closed.