Odisha Link
Bridging the Missing Links in Odisha

ସ୍ୱାମୀ ଚିନ୍ମୟାନନ୍ଦ ଗିରଫ

ନୂଆଦିଲ୍ଲୀ: ଗିରଫ ହେଲେ ସ୍ୱାମୀ ଚିନ୍ମୟାନନ୍ଦ। ଶୁକ୍ରବାର ସକାଳେ ବିଜେପି ନେତା ସ୍ୱାମୀ ଚିନ୍ମୟାନନ୍ଦଙ୍କୁ ସ୍ପେସାଲ୍‌ ଇନ୍‌ଭେଷ୍ଟିଗେସନ୍‌ ଟିମ୍‌ ଗିରଫ କରିଛି। ତାଙ୍କୁ ଏବେ ଡାକ୍ତରୀ ପରୀକ୍ଷା ନିମନ୍ତେ ନିଆଯାଉଥିବା ଖବର ପ୍ରକାଶ ପାଇଛି।

ଦୁଷ୍କର୍ମ ମାମଲାରେ ଗିରଫ ହୋଇଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ୱାମୀ ଚିନ୍ମୟାନନ୍ଦ। ଜଣେ ଆଇନଛାତ୍ରୀ ତାଙ୍କ ବିରୋଧରେ କରିଥିବା ଦୁଷ୍କର୍ମ ଅଭିଯୋଗ ସଂକ୍ରାନ୍ତରେ ଗିରଫ ହୋଇଛନ୍ତି ସ୍ବାମୀ। ତାଙ୍କୁ ଶାହାଜାହାନପୁରରୁ ଗିରଫ କରିଛି ପୁଲିସ୍।

ଉତ୍ତର ପ୍ରଦେଶର ଶାହଜାହାନପୁରରେ ଥିବା ଚିନ୍ମୟାନନ୍ଦ ଲ’ କଲେଜର ଜଣେ ଛାତ୍ରୀ ଚିନ୍ମୟାନନ୍ଦଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆଣିଥିଲେ। ଏହାର ଭିଡିଓ ମଧ୍ୟ ସୋଶାଲ୍ ମିଡିଆରେ ଭାଇରାଲ୍ ହୋଇଥିଲା। ଏହାପରେ ନାଟକୀୟ ଢଙ୍ଗରେ ଅଭିଯୋଗ ଆଣିଥିବା ଛାତ୍ରୀ ଜଣଙ୍କ ନିଖୋଜ ହୋଇ ଯାଇଥିଲେ। ଉତ୍ତର ପ୍ରଦେଶ ପୁଲିସ ଏହି ‘ନିଖୋଜ ଯୁବତୀ’ଙ୍କୁ ଅଗଷ୍ଟ ୩୦ର ସକାଳେ ରାଜସ୍ଥାନର ଫତେପୁର ନିକଟରୁ ଉଦ୍ଧାର କରିଥିଲା।

ପୀଡ଼ିତା ଛାତ୍ରୀ ଏସ୍‌ଆଇଟି ତଦନ୍ତ ବେଳେ କହିଥିଲେ, ଚିନ୍ମୟାନନ୍ଦ ଝିଅଙ୍କ ବାଥ୍ ରୁମରେ ସିସିଟିଭି ଲଗାଇ ଝିଅଙ୍କ ଗାଧୋଇବାର ଅନେକ ଭିଡିଓ ରେକର୍ଡିଂ କରିଥିଲେ। ଏହାପରେ ସେହି ଭିଡିଓକୁ ଦେଖାଇ ଚିନ୍ମୟାନନ୍ଦ ତାଙ୍କ ସହ ଶାରୀରିକ ସମ୍ପର୍କ ରଖୁଥିଲେ। ଏମିତିକି ତାଙ୍କ ଦେହ ମାଲିସ କରାଉଥିଲେ। ତେବେ ପୀଡ଼ିତା ମଧ୍ୟ ନିଜକୁ ବଞ୍ଚାଇବା ପାଇଁ ଚିନ୍ମୟାନନ୍ଦଙ୍କ ଯୌନ କେଳେଙ୍କାରୀର ରେକର୍ଡିଂ କରିଥିଲେ, ଯାହାକି ଏସଆଇଟିକୁ ଏକ ପେନ୍ ଡ୍ରାଇଭ୍‌ ମାଧ୍ୟମରେ ହସ୍ତାନ୍ତର କରାଯାଇଥିବା ଜଣାପଡ଼ିଛି।

Comments are closed.