Odisha Link
Bridging the Missing Links in Odisha

ଦୁଇ ଛାତ୍ରଗୋଷ୍ଠୀ ହଣାହଣି

ବ୍ରହ୍ମପୁର: ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ହଣାକଟା ହୋଇଛି। ଏଥିରେ ଜଣେ ଛାତ୍ର ଗୁରୁତର ହୋଇଛନ୍ତି। ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ଦୁଇ ଛାତ୍ରଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଛି। ଏହାପରେ ମାରଣାସ୍ତ୍ରରେ ଛାତ୍ରଙ୍କୁ ଆକ୍ରମଣ କରିଥିଲେ ଅନ୍ୟ ଛାତ୍ରମାନେ। ଗୁରୁତର ଛାତ୍ର ମାନଙ୍କୁ ଏମ୍‌କେସିଜି ସ୍ଥାନାନ୍ତର କରାଯାଇଛି। ସୂଚନା ଅନୁସାରେ ପୂର୍ବରୁ ଦୁଇ ଛାତ୍ର ଗୋଷ୍ଠୀଙ୍କ ମଧ୍ୟରେ ଛକାପଞ୍ଝା ଲାଗି ରହିଥିଲା। ଏହା ପରେ ଦୁଇଗୋଷ୍ଠୀ ମଧ୍ୟର ହଣାକଟା ହୋଇଥିଲା ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଦୁଇ ଛାତ୍ର ନେଇ ଥାନାରେ ଅଟକ ରଖିଛି।

Comments are closed.