Odisha Link
Bridging the Missing Links in Odisha

କର୍ପୋରେଟ ଟ୍ୟାକ୍ସ କମିଲା

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ସୀତାରମଣଙ୍କ ବଡ଼ ଘୋଷଣା। କର୍ପୋରେଟ ଟ୍ୟାକ୍ସ କମିବା ନେଇ ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି। ମିନିମିୟମ ଅଲଟରନେଟିଭ ଟ୍ୟାକ୍ସ ୧୮.୫%ରୁ ୧୫%କୁ ହ୍ରାସ କରାଯାଇଛି। କମ୍ପାନୀଗୁଡ଼ିକ ସରଚାର୍ଜ ଓ ସେସ ସହ ୨୫.୧୭% ଟିକସ ଦେବ। ନୂଆ ଘରୋଇ କମ୍ପାନୀଗୁଡ଼ିକୁ ଆକୃଷ୍ଟ କରିବା ପାଇଁ ଅର୍ଥମନ୍ତ୍ରୀ ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି।

୨୦୧୯-୨୦ ଆର୍ଥିକ ବର୍ଷରୁ ଘରୋଇ କମ୍ପାନୀ ୨୨% ଆୟକର ଦେବେ। ୨୨% ଆୟକର ଦେଉଥିବା କମ୍ପାନୀକୁ ଅନ୍ୟ ଟିକସ ଛାଡ଼ ସୁବିଧା ମିଳିବନି। ତେବେ ସୀତାରମଣଙ୍କ ଘୋଷଣା ପରେ ବଢି ଚାଲିଛି ସେନସେକ୍ସ। ମାତ୍ର ୧୦ ମିନିଟ ମଧ୍ୟରେ ସେନସେକ୍ସ ୧୭୭୬ ପଏଣ୍ଟକୁ ବୃଦ୍ଧି ପାଇଛି।

Comments are closed.