Odisha Link
Bridging the Missing Links in Odisha

ଥଇଥାନ ଗୃହ କମିଟିର ପ୍ରଥମ ବୈଠକ

ଭୁବନେଶ୍ୱର:ଥଇଥାନ ଗୃହ କମିଟିର ପ୍ରଥମ ବୈଠକ ବିଧାନସଭାର ଉପବାଚସ୍ପତି ରଜନୀକାନ୍ତ ସିଂହଙ୍କ ଅଧ୍ୟକ୍ଷତାରେ ବିଧାନସଭା ସଚିବାଳୟର କମିଟି ପ୍ରକୋଷ୍ଠ ନଂ-୫୪ରେ ଅନୁଷ୍ଠିତ ହୋଇଯାଇଛି ।ଏହି ବୈଠକରେ ରାଜ୍ୟରେ ଜଳସେଚନ, ଶିଳ୍ପ ଓ ଖଣି ପ୍ରକଳ୍ପ ଗୁଡ଼ିକର ସ୍ଥାପନ ଦ୍ୱାରା ବିସ୍ଥାପିତ ହୋଇଥିବା ଲୋକମାନଙ୍କର ସମସ୍ୟାର ସମାଧାନ ଓ ସେମାନଙ୍କର ଥଇଥାନ ସଂପର୍କରେ ଆଲୋଚନା ହୋଇଥିଲା ।

ବୈଠକରେ କମିଟିର ସଦସ୍ୟ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାର୍ଣ୍ଡି, ଜଳସଂପଦ, ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ, ବିଜେପି ବିଧାୟକ ଦଳର ମୁଖ୍ୟ ସଚେତକ ମୋହନ ଚରଣ ମାଝୀ, ବିଧାୟକ ସନ୍ତୋଷ ସିଂ ସାଲୁଜା, ପ୍ରୀତିରଞ୍ଜନ ଘଡ଼ାଇ, ମନୋହର ରନ୍ଧାରୀ, ପର୍ଶୁରାମ ଧଡ଼ା, ପ୍ରଶାନ୍ତ କୁମାର ଜଗଦ୍ଦେବ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

ଇଡ଼୍‌କୋର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସଂଜୟ କୁମାର ସିଂ, ଶିଳ୍ପ ବିଭାଗ କମିଶନର ତଥା ଶାସନ ସଚିବ ହେମନ୍ତ କୁମାର ଶର୍ମା, ଇସ୍ପାତ ଓ ଖଣି ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଏସ୍‌.କେ. ପୋପଲି, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଆର୍‌.ଏନ୍‌ ପଲାଇ, ସଂପୃକ୍ତ ବିଭାଗୀୟ ବରିଷ୍ଠ ଅଧିକାରୀବୃନ୍ଦଙ୍କ ସମେତ ବିଧାନସଭା ସଚିବ ଦାଶରଥୀ ଶତପଥୀ ଏହି ବୈଠକରେ ଉପସ୍ଥିତ ଥିଲେ ।

Comments are closed.