Odisha Link
Bridging the Missing Links in Odisha

ଓଡିଶା ଗସ୍ତରେ ଆସୁଛନ୍ତି :କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ

ଭୁବନେଶ୍ୱର: ଆସନ୍ତାକାଲି ଓଡିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ । ଶେଖାୱତ ଓଡିଶା ଗସ୍ତରେ ଆସି ଭୁବନେଶ୍ୱର ହୋଟେଲ ନିୟୁ ମ୍ୟାରିଅନ ଠାରେ ସକାଳ ୧୦.୩୦ରେ ରାଷ୍ଟ୍ରୀୟ ଏକତା ଅଭିଯାନ ଅନ୍ତର୍ଗତ ଏକ ବୁଦ୍ଧିଜୀବୀ ସମ୍ମିଳନୀରେ ଅନୁଛେଦ ୩୭୦ ଓ ୩୫ ଉଚ୍ଛେଦ ସଂର୍ପକରେ ଆଲୋଚନା କରିବେ ବୋଲି ରାଜ୍ୟ ବିଜେପି ଗଣମାଧ୍ୟମ ବିଭାଗ ମୁଖ୍ୟ ଓ ରାଜ୍ୟ ମୁଖପାତ୍ର ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି ।

ଜନ ସଂର୍ପକ ଓ ଜନଜାଗରଣ ଯାତ୍ରା ଅବସରରେ ଜାମ୍ମୁ କାଶ୍ମିରୀରେ ଅନୁଛେଦ ୩୭୦ ଓ ୩୫ (ଏ) ଉଚ୍ଛେଦ ପରେ ତାର ଉବଲବ୍ଧୀ ସଂର୍ପକରେ ଶେଖାୱତ ଯୁବପିଢୀ ଓ ବୁଦ୍ଧିଜୀବୀଙ୍କ ସହ ଆଲୋଚନା କରିବେ । ଏହି କାର୍ଯ୍ୟକ୍ରମରେ ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା, କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଏବଂରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ପ୍ରମୁଖ ଯୋଗ ଦେବେ । ଅନୁଛେଦ ୩୭୦ ଓ ୩୫ (ଏ) ଉଚ୍ଛେଦ ପରେ ଜାମ୍ମୁ କାଶ୍ମିରୀ ବାସିନ୍ଦାଙ୍କ ଜୀବନଶୈଳୀରେ କିପରି ପରିବର୍ତନ ହୋଇଛି ସେ ନେଇ ଜନସାଧାରଣଙ୍କୁ କେନ୍ଦ୍ରମନ୍ତ୍ରୀ ଶେଖାୱତ ଅବଗତ କରାଇବେ ବୋଲି ମହାପାତ୍ର କହିଛନ୍ତି ।

Comments are closed.