Odisha Link
Bridging the Missing Links in Odisha

କୋରାପୁଟ ଝିିଅଙ୍କୁ ମୋଦିଙ୍କ ଚିଠି

କେରାପୁଟ: କୋରାପୁଟ ଝିଅଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଠାଇଲେ ଚିଠି। ଯାହାଫଳରେ କୋରାପୁଟ ଜିଲ୍ଲା ବୈପାରୀଗୁଡ଼ାର ଟି. ପ୍ରମୋଦ ପାତ୍ରଙ୍କ ଘରେ ଖୁସିର ଲହରି। ତାଙ୍କର ତିନି ଝିଅଙ୍କ ପାଖକୁ ଚିଠି ଲେଖି ଧନ୍ୟବାଦ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ରାକ୍ଷୀ ପୂର୍ଣ୍ଣିମା ଉପଲକ୍ଷେ ପ୍ରମୋଦଙ୍କ ତିନି ଝିଅ ଶ୍ରୀୟା, ସୁମନ ଓ ଶିବାନୀ ପ୍ରଧାନମନ୍ତ୍ରୀଙ୍କ ପାଇଁ ରାକ୍ଷୀ ପଠାଇଥିଲେ। ମୋଦି ସେହି ରାକ୍ଷୀ ପାଇବା ପରେ ବହୁତ ଖୁସି ପ୍ରକାଶ କରି ପ୍ରମୋଦଙ୍କ ତିନି ଝିଅଙ୍କୁ ଚିଠି ଲେଖି ଧନ୍ୟବାଦ ଦେଇଛନ୍ତି। ରାକ୍ଷୀ ପୂର୍ଣ୍ଣିମା ଯିବାର ଏତେ ଦିନ ପରେ ମୋଦିଙ୍କ ଚିଠି ପାଇଥିବାରୁ ପ୍ରମୋଦଙ୍କ ପରିବାର ବହୁତ ଆନନ୍ଦିତ।

Comments are closed.