Odisha Link
Bridging the Missing Links in Odisha

ଔଷଧ ବ୍ୟବସାୟୀଙ୍କ ମୃତଦେହ ଉଦ୍ଧାର

ସୁବର୍ଣ୍ଣପୁର: ଯୁବ ଔଷଧ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ। ମୃତ ଯୁବ ବ୍ୟବସାୟୀ ଜଣକ ହେଲେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ୍ ଖଣ୍ଡହତା ପଞ୍ଚାୟତ ପୁଇପାନ ଗାଁର ପ୍ରଦୀପ ବିଶ୍ୱାଳ। ଖଣ୍ଡହତା ଗାଁରେ ପ୍ରଦୀପଙ୍କ ଏକ ଔଷଧ ଦୋକାନ ରହିଥିବାବେଳେ ସବୁଦିନ ଭଳି ଗତକାଲି ମଧ୍ୟ ରାତି ୧୦ଟା ଦୋକାନ ବନ୍ଦ କରି ପ୍ରଦୀପ ନିଜ ଗାଁ ପୁଇପାନକୁ ବାହାରିଥିଲେ। ତେବେ ରାତି ୧୨ ଟା ପର୍ଯ୍ୟନ୍ତ ଘରକୁ ନପଞ୍ଚିବାରୁ ପରିବାର ଲୋକ ଖୋଜାଖୋଜି କରି ପୁଇପାନ ଗାଁ ନିକଟ ରାସ୍ତରେ ବାଇକ୍ ସହ ପଡିଥିବା ଅବସ୍ଥାରେ ପ୍ରଦୀପଙ୍କୁ ପାଇଥିଲେ । ତୁରନ୍ତ ତାଙ୍କୁ ସୋନପୁର ଡାକ୍ତରଖାନକୁ ଅଣାଯାଇଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ପ୍ରଦୀପ ବିଜୁ ଜନତା ଦଳର ଜଣେ ସକ୍ରୀୟ ସଦସ୍ୟ ରହିଥିବାବେଳେ ଖଣ୍ଡହତା ସେବା ସମବାୟ ସମିତିର ସଭାପତି ଏବଂ କେନ୍ଦୁପତ୍ର ସଂଘର ସଭାପତି ରହିଛନ୍ତି । ଏହା ପୂର୍ବରୁ ପ୍ରଦୀପଙ୍କ ପତ୍ନୀ ବୀରମହାରାଜପୁର ବ୍ଲକର ଉପାଧ୍ୟକ୍ଷ ଏବଂ ତାଙ୍କ ଭାଉଜ ଖଣ୍ଡହତା ପଞ୍ଚାୟତର ସରପଞ୍ଚ ମଧ୍ୟ ରହି ସାରିଛନ୍ତି । ତେବେ ପାରିପାଶ୍ୱରିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଦୀପକୁ କେହି ହତ୍ୟା କରିଥିବାନେଇ ପରିବାର ପକ୍ଷରୁ ସୁବଳୟା ଥାନାରେ ଅଭିଯୋଗ ହୋଇଛି ।
ତେବେ ରାଜନୈତିକ ତିକ୍ତତା ପାଇଁ ନା ବ୍ୟବସାୟିକ ଶତ୍ରୁତାରୁ କେହି ତାଙ୍କୁ ହତ୍ୟା କରିଛି ନା ଅନ୍ୟ କୌଣସି କାରଣରୁ ପ୍ରଦୀପଙ୍କ ମୃତ୍ୟୁ ହୋଇଛି ତାହା ପୋଲିସର ତଦନ୍ତ ପରେ ଜଣାପଡିବ । ତେବେ ଏନେଇ ମୃତକଙ୍କ ଶବ ବ୍ୟବଚ୍ଛେଦ କରାଇବା ସହ ପୋଲିସ ତଦନ୍ତ ଆରମ୍ଭ କରିଛି ।

Comments are closed.