Odisha Link
Bridging the Missing Links in Odisha

ଅର୍ନ୍ତଜାତୀୟ ବେଳାଭୂମି ସଫେଇ ଦିବସ, ସାରା ବିଶ୍ବକୁ ପୁରୀରୁ ବାର୍ତ୍ତା

ପୁରୀ: ଆଜି ହେଉଛି ଅର୍ନ୍ତଜାତୀୟ ବେଳାଭୂମି ସଫେଇ ଦିବସ। ଏହି ଅବସରରରେ ବିଶ୍ବର ସବୁଠୁ ବଡ଼ ସଫେଇ ଅଭିଯାନ ଆରମ୍ଭ ହୋଇଛି। ପୁରୀରେ ଆୟୋଜିତ ହୋଇଛି ବିଶାଳ ମୋ ବିଚ୍‌ କାର୍ଯ୍ୟକ୍ରମ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସାରା ବିଶ୍ୱକୁ ଆଜି ପୁରୀରୁ ସନ୍ଦେଶ ଦିଆଯା‌ଇଛି।

ଏହି କାର୍ଯ୍ୟକ୍ରମ ଜରିଆରେ ପରିବେଶକୁ ସୁରକ୍ଷା ରଖିବା ସହ ସମୁଦ୍ର ଉପକୂଳକୁ ସ୍ୱଚ୍ଛ ରଖିବାକୁ ବାର୍ତ୍ତା ଦିଆଯାଇଛି। ଏନେଇ ବେଳାଭୂମିର ଶହେଟି ସ୍ଥାନରେ ଏକାଠି ହୋଇଛନ୍ତି ୧୦ ହଜାର ସ୍ୱେଚ୍ଛାସେବୀ। କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ସ୍ୱେଚ୍ଛାସେବୀ ଓ ଛାତ୍ରଛାତ୍ରୀ ସାମିଲ ହୋଇଛନ୍ତି।

ସୂଚନାଯୋଗ୍ୟ, ‘ଫନି’ ବାତ୍ୟା ପରେ ଅସଜଡ଼ା ହୋଇ ପଡ଼ିଥିବା ପୁରୀ ପୁଣି ଥରେ ସାହାସର ସହ ଛିଡ଼ା ହେଲାଣି।

Comments are closed.