Odisha Link
Bridging the Missing Links in Odisha

ବିଶ୍ବନେତାମାନଙ୍କୁ ଏମିତି କହିଲେ କିଶୋରୀ ଗ୍ରେଟା, ଦେଖନ୍ତୁ ଭିଡିଓ

ଭୁବନେଶ୍ବର: ସଂପ୍ରତି ମିଳିତ ଜାତିସଂଘର ଶୀର୍ଷ ବୈଠକରେ ଜଳବାୟୁ ପରିବର୍ତ୍ତନ ସଂପର୍କରେ ନିଜର ସରଳ ଓ ସ୍ପଷ୍ଟ ମନ୍ତବ୍ୟ ରଖିଛନ୍ତି ଜଣେ କିଶୋରୀ ଗ୍ରେଟା ଥନବର୍ଗ, ତାଙ୍କର ବୟସ ମାତ୍ର ଷୋହଳ ବର୍ଷ। ସ୍ୱିଡେନ ରେ ଜନ୍ମିତ ଏଇ କିଶୋରୀ ଜଣକ ଜଣେ ପ୍ରଖର ଜଳବାୟୁ କର୍ମୀ। ଜଳବାୟୁ ପରିବର୍ତ୍ତନ ଓ ବିଶ୍ୱତାପମାନ ବୃଦ୍ଧିର ବିରୋଧରେ ଅନେକ ଜନସଚେତନତାମୂଳକ କାର୍ଯ୍ୟକ୍ରମରେ ସେ ସକ୍ରିୟ।

ତେବେ ଗ୍ରେଟା ଥନବର୍ଗଙ୍କ ଏହି ଭାଷଣ ବିଶ୍ୱବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଛି। ସେ ହଠାତ୍ ସମସ୍ତଙ୍କ ଆଖିର ମଣି ପାଲଟି ଯାଇଛନ୍ତି। ବିଶ୍ବ ନେତାମାନଙ୍କ ଉଦ୍ଦେଶ୍ୟରେ ତାଙ୍କର ସମ୍ପୂର୍ଣ୍ଣ ଭାଷଣ ପଢ଼ନ୍ତୁ ଓ ତଳେ ଭିଡିଓଟି ଦେଖନ୍ତୁ।

ଏହା ଜମା ଠିକ୍ ନୁହଁ। ମୋର ଏଇଠି ରହିବାର ନଥିଲା। ମୁଁ ଦରିଆ ସେପାରି ମୋ ସ୍କୁଲ୍‌ରେ ରହିବାକଥା ଏତିକିବେଳେ। ତଥାପି ତମେମାନେ ସବୁ ବହୁତ ଆଶାନେଇ ଆମଭଳି ତରୁଣମାନଙ୍କ ପାଖକୁ ଆସିଛ। ତମମାନଙ୍କର ସାହସ ଦେଖୁଛି କମ୍ ନୁହଁ !

ତମେମାନେ ତମର ଶୁଖିଲା ଶବ୍ଦରେ ମୋ ସ୍ୱପ୍ନକୁ ଆଉ ମୋ ପିଲାଦିନକୁ ଚୋରିକରି ନେଇଛ ଆଉ ତଥାପି ମୁଁ ସେହି ସୌଭାଗ୍ୟବାନଙ୍କ ଭିତରୁ ଜଣେ। ଲୋକମାନେ ଷଢ଼ୁଛନ୍ତି। ଲୋକମାନେ ମରୁଛନ୍ତି। ପୂରା ଜୈବବ୍ୟବସ୍ଥା ଛିନ୍‌ଛତ୍ର। ଆମେ ସମସ୍ତେ ସମ୍ମିଳିତ ବିଲୟ ପଥର ଯାତ୍ରୀ ଏଇଲେ। ଆଉ ତମେମାନେ କଥାବାର୍ତା କରୁଚ ଟଙ୍କା ପଇସା ବିଷୟରେ, ଅର୍ଥନୈତିକ ବିକାଶର ପରୀକଥା ବିଷୟରେ। ତମମାନଙ୍କର ସାହସ ଦେଖୁଚି କମ୍ ନୁହଁ !

ତିରିଶ ବର୍ଷରୁ ଅଧିକ ହେଲାଣି ,ଏ ବିଷୟରେ ବିଜ୍ଞାନ ଭାରି ସ୍ପଷ୍ଟ ଆଉ ପ୍ରାଞ୍ଜଳ। ତମର ସାହସ କେମିତି ହେଉଛି, ଏଇକଥାରୁ ମୁହଁ ବୁଲାଇନେବ ଆଉ ଏଇଠିକୁ ଆସି କହିଯିବ, ଆମେ ଏ ଦିଗରେ ଯଥେଷ୍ଟ କାମ କଲୁଣି, ଯେତେବେଳେ ରାଜନୀତି ଆଉ ସମାଧାନ ଲୋଡ଼ାପଡୁଛନ୍ତି ଆଉ ଜମା ଦେଖାଯାଉନାହାଁନ୍ତି କେଉଁଠି ଦୁଇଟିଯାକ।

ତମେମାନେ କହୁଚ ତମେମାନେ ଆମକଥାକୁ ମନଦେଇ ଶୁଣ, କଥାର ଗୁରୁତ୍ୱ ବୁଝ। ମାତ୍ର ଯେତେ ରାଗେ କି ଦୁଃଖ କରେ ମୁଁ ସେ କଥାକୁ ବିଶ୍ୱାସ କରିବି ନାହିଁ।। କାରଣ ତମେମାନେ ଯଦି ସତରେ ପରିସ୍ଥିତିର ଗମ୍ଭୀରତାକୁ ବୁଝୁଥା’ନ୍ତ ତେବେ ତମେ ତମ କାମରେ ବିଫଳ ହୋଇଛ ବୋଲି ଯେ ତମେ ଜଣେ ସଇତାନ ମୁଁ ସେଇ ଭଳି କଥାକୁ ବିଶ୍ୱାସ କରିନଥାନ୍ତି।

ଆମର ନିର୍ଗମନକୁ ଦଶବର୍ଷ ଭିତରେ ଅଧାକରିଦେବା ଭଳି ଲୋକପ୍ରିୟ ଧାରଣା ଆମକୁ ୧.୫ଡିଗ୍ରୀ ତଳେ ରହିପାରିବାର ଶତକଡା ପଚାଶ ସୁଯୋଗ ଦେଇଥାଏ, ଆଉ ଏହା ସହିତ ଗୁଡ଼ିଏ ପରସ୍ପରର ସଂପର୍କୀକୃତ ଅପରିବର୍ତ୍ତନୀୟ ପ୍ରତିକ୍ରିୟାକୁ ଏଡ଼ାଇ ଯିବାକୁ ପଡ଼ିଥାଏ ଯାହା କହିବାକୁ ଗଲେ ଆମର କର୍ତ୍ତୃତ୍ୱର ଅଧୀନରେ ନଥାଏ।

ଏଇମିତି ଶତକଡ଼ା ପଚାଶ ତମମାନଙ୍କର ଭାରି ପସନ୍ଦର କଥା ହୋଇ ରହିପାରେ, କିନ୍ତୁ ଏହା ଭିତରେ କହିବାକୁ ଗଲେ ଶୀର୍ଷ ବିନ୍ଦୁଗୁଡିକ ବା ଟିପିଙ୍ଗ ପଏଣ୍ଟସ୍, ବିଭିନ୍ନ ଫାଶର ପ୍ରତିକ୍ରିୟା ବା ଫିଡବ୍ୟାକ ଲୁପସ୍, ବାୟୁ ପ୍ରଦୂଷଣ ଜନିତ ବିଷାକ୍ତ ନିର୍ଗମନ କାରଣରୁ ଉପୁଜୁଥିବା ଅଧିକ ଉତ୍ତାପ ବା ସମସ୍ତଙ୍କ ପାଇଁ ସମାନ କଥା ଏବଂ ଜଳବାୟୁ-ନ୍ୟାୟ ବା କ୍ଲାଇମେଟ୍ ଜଷ୍ଟିସ୍‌ର କଥା ନାହିଁ।

ସେମାନେ ଅବଶ୍ୟ ମୋ ପ୍ରଜନ୍ମ ଉପରେ ତମର ବାୟୁମଣ୍ଡଳରୁ ଶତ ସହସ୍ର ହଜାର ହଜାର ନିୟୁତ ଟନ୍ ଅଙ୍ଗାରକାମ୍ଳ ବାଷ୍ପକୁ ଶୋଷିନେବାପାଇଁ ନିର୍ଭର କରି ରହିଛନ୍ତି ଯାହାର ପ୍ରାୟତଃ କୌଣସି ପ୍ରଯୁକ୍ତିଗତ ଉପସ୍ଥିତି ନାହିଁ।

ତେଣୁ ଶତକଡା ପଚାଶର ଏହି ଅନିଷ୍ଠର ଆଶଙ୍କା ଆମର ଜମା ପସନ୍ଦ ନୁହଁ, ବିଶେଷତଃ ଆମେ ଯେଉଁମାନେ ଏହାର ସଂଭାବ୍ୟ ଫଳାଫଳ ସହ ବଂଚିବାରେ ଅଭ୍ୟସ୍ତ ହୋଇଗଲୁଣି।

ବିଶ୍ୱରେ ୧.୫ ଡିଗ୍ରୀ ବର୍ଦ୍ଧିତ ଉତ୍ତାପ ତଳେ ବସବାସ କରିବାର ସମ୍ଭାବନା ଶତକଡା ୬୭ ବୋଲି କୁହାଯାଉଛି। ୨୦୧୮ ଜାନୁଆରୀ ପହିଲାରେ ଆଇପିସିସି ଅନୁସାରେ ବାୟୁମଣ୍ଡଳକୁ ୪୨୦ଜିଟି ଅଙ୍ଗାରକାମ୍ଳ ବାଷ୍ପ ଛାଡିଦିଆଯାଇଛି । ଆଜି ଦେଖିଲେ ଏହାର ପରିମାଣ ଯଥେଷ୍ଟ ତଳେ ଅର୍ଥାତ୍ ୩୫୦ଜିଟି ହେବ।

ତମମାନଙ୍କର ଭାରି ସାହସ ,ତମେମାନେ ବାହାନା କରିବସିଛ ଯେ କେବଳ ଚାଲିଆସୁଥିବା ବେପାର ଦ୍ୱାରା ଆଉ କିଛି ପ୍ରଯୁକ୍ତି ସାହାଯ୍ୟରେ ଖୁବ୍ ସହଜରେ ଏଇ ସମସ୍ୟାର ସମାଧାନ ହୋଇଯିବ ? ଆଜିର ନିର୍ଗମନ ସ୍ତରକୁ ଦେଖିଲେ ତମର ଅଙ୍ଗାରକାମ୍ଳର ଯେତିକି ବଜେଟ୍ ରହିଛି ତାହା ଆସନ୍ତା ସାଢ଼େ ଆଠ ବର୍ଷ ଭିତରେ ପୂରା ଶେଷ ହୋଇଯିବ।

ଏହି ତଥ୍ୟଗତ ପରିସଂଖ୍ୟାନକୁ ଆଧାରକୁ ନେଇ କୌଣସି ସମାଧାନର ସୂତ୍ର ଆଜି ଆମକୁ ଦିଆଯାଇ ନାହିଁ କାରଣ ଏହି ପରିସଂଖ୍ୟାନ ତମମାନଙ୍କୁ ଖୁବ ଅସହଜ କରିଦେବ ଏବଂ ତମେମାନେ ଏହାକୁ ଏହିଭଳି କହିବାକୁ ସେତେ ପରିଣତ ହୋଇନାହଁ।

ତମେମାନେ ଆମକୁ ନିରାଶ କରିଛ। ତରୁଣ ମାନେ ତମର ଷଡ଼ଯନ୍ତ୍ରକୁ ବୁଝିବାକୁ ଆରମ୍ଭ କଲେଣି। ଭବିଷ୍ୟତ ପ୍ରଜନ୍ମ ତମମାନଙ୍କ ଉପରେ ଆଖି ରଖିଛି ଆଉ ତମେମାନେ ଯଦି ନିରାଶ କଲାଭଳି ବାଟରେ ସେମିତି ଚାଲ ତେବେ ଆମେ ତମମାନଙ୍କୁ କଦାପି କ୍ଷମା ଦେବୁନାହିଁ।

ଆମେମାନେ ଏତେ ସହଜରେ ତମମାନଙ୍କୁ ଛାଡି ଦେବୁ ନାହିଁ। ଠିକ୍ ଏଇଠି, ଠିକ୍ ଆଜି ଗାରଟିକୁ ଟଣାଯାଉ। ପୃଥିବୀ ଜାଗ୍ରତ ହେଉଛି ଆଉ ତମେମାନଙ୍କର ପସନ୍ଦ ହେଉ କି ନହେଉ, ପରିବର୍ତ୍ତନ ଆସୁଛି।

ଧନ୍ୟବାଦ।

(ଗ୍ରେଟାଙ୍କର ପୂର୍ଣ୍ଣ ଅଭିଭାଷଣଟିକୁ ଓଡ଼ିଆରେ ଅନୁବାଦ କରିଛନ୍ତ ଲେଖକ ଜ୍ୟୋତି ନନ୍ଦ।)

Comments are closed.