Odisha Link
Bridging the Missing Links in Odisha

ଗୌରହରି ଦାସ, ବିପିନ ନାୟକ ପାଇବେ କୋରାପୁଟ ସାହିତ୍ୟ ସମ୍ମାନ ୨୦୧୯

୨୦-୨୧ ଅକ୍ଟୋବର ୨୦୧୯ରେ ଦୁଇଦିନିଆ କୋରାପୁଟ ସାହିତ୍ୟ ଉତ୍ସବ

ଭୁବନେଶ୍ବର: ପ୍ରଖ୍ୟାତ କଥାକାର ଡ.ଗୌରହରି ଦାସ ଓ ପ୍ରଖ୍ୟାତ କବି ଶ୍ରୀ ବିପିନ ନାୟକ ପାଇବେଚଳିତ ବର୍ଷର ସମ୍ମାନଜନକ କୋରାପୁଟ ସାହିତ୍ୟ ସମ୍ମାନ। ଆସନ୍ତା ଅକ୍ଟୋବର ୨୦-୨୧ରେ ଦୁଇଦିନ ଧରି ହେବାକୁ ଥିବା ୨ୟ କୋରାପୁଟ ସାହିତ୍ୟ ଉତ୍ସବ ଅବସରରେ ଏହି ସମ୍ମାନ ପ୍ରଦାନ କରାଯିବା ବୋଲି ଆୟୋଜକ ଅନୁଷ୍ଠାନ ଓଡ଼ିଆ ମିଡିଆ ପ୍ରାଇଭେଟ୍‌ ଲିମିଟେଡର ନିର୍ଦ୍ଦେଶକ ତଥା କଥାକାର ଶୁଭ୍ରାଂଶୁ ପଣ୍ଡା ଏକ ପ୍ରେସ୍‌ ବିଜ୍ଞପ୍ତିରେ ଜଣାଇଛନ୍ତି।

୨୦ ଅକ୍ଟୋବର ୨୦୧୯ରେ କୋରାପୁଟର ଆଦିବାସୀ ସଂଗ୍ରାହଳୟ ପରିସରରେ ୨ୟ କୋରାପୁଟ ସାହିତ୍ୟ ଉତ୍ସବର ଉଦ୍‌ଘାଟନୀ ସଭାରେ ଯଥାକ୍ରମେ କାହାଣୀ ଓ କବିତା କ୍ଷେତ୍ରରେ ଶ୍ରୀ ଦାସ ଓ ଶ୍ରୀ ନାୟକଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ। ପୁରସ୍କାର ସ୍ବରୂପ ପ୍ରତ୍ୟେକଙ୍କୁ ୨୧,୦୦୦ ଟଙ୍କା ଅର୍ଥ ରାଶୀ ସହ ସମ୍ମାନଫଳକ, ସ୍ମାରକୀ ଓ ଗୀତ ଗୋବିନ୍ଦ ଖଣ୍ଡୁଆ ପାଟ ଦେଇ ସମ୍ମାନିତ କରାଯିବ।

ଶ୍ରୀ ପଣ୍ଡା କହିଛନ୍ତି ଯେ, ରାଜ୍ୟର ଏକ ପ୍ରମୁଖ ସାହିତ୍ୟ ଉତ୍ସବ ଭାବେ ପରିଗଣିତ କୋରାପୁଟ ସାହିତ୍ୟ ମହୋତ୍ସବର ଦ୍ବିତୀୟ ସଂସ୍କରଣ ୨୦-୨୧ ଅକ୍ଟୋବରରେ ହେବାକୁ ଯାଉଛି। ପ୍ରଥମ ସଂସ୍କରଣ ପରି କୋରାପୁଟ ଆଦିବାସୀ ସଂଗ୍ରାହଳୟର ସବୁଜ ସୂନ୍ଦର ପ୍ରାକୃତିକ ବାତାବରଣରେ ଏହି ବହୁ ପ୍ରତୀକ୍ଷିତ ଉତ୍ସବର ପ୍ରଥମ ଦିବସ ଅନୁଷ୍ଠିତ ହେବ। ଅନୁରୂପ ଭୋବ କୋରାପୁଟର ପ୍ରାକୃତିକ କୋଳରେ ଅବସ୍ଥିତ ଏକ ସବୁଜିମା ଭରା କଫି ବଗିଚାରେ ଦ୍ବିତୀୟ ଦିନର ଉତ୍ସବ ଅନୁଷ୍ଠିତ ହେବ।

ଏହି ମହୋତ୍ସବ ସାହିତ୍ୟ ଚର୍ଚ୍ଚା, ସାମାଜିକ ବିତର୍କ, ବହୁଭାଷୀ କାବ୍ୟ ପାଠ ଠାରୁ ଆରମ୍ଭ କରି ସିନେମା ପ୍ରଦର୍ଶନ ଓ ସଂଗୀତ କାର୍ଯ୍ୟକ୍ରମ ପର୍ଯ୍ୟନ୍ତ ବିଭିନ୍ନ ସାହିତ୍ୟିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

କୋରାପୁଟ ସାହିତ୍ୟ ଉତ୍ସବରେ ଦେଶର ବିଭିନ୍ନ ପ୍ରାନ୍ତରୁ ୪୦୦ରୁ ଅଧିକ ଲେଖକ, ବକ୍ତା, କଳାକାର ଓ ବୁଦ୍ଧିଜୀବୀ ଯୋଗଦେବେ। ୨୦୧୮ରେ ଆୟୋଜିତ ପ୍ରଥମ ସଂସ୍କରଣ ବେଶ୍‌ ସଫଳ ହୋଇଥିବା ବେଳେ ଯୋଗ ଦେଇଥିବା ବେଳେ ସେମାନେ କୋରାପୁଟ ଘାଟିର ପ୍ରାକୃତିକ ସୌନ୍ଦର୍ଯ୍ୟରେ ପ୍ରଭାବିତ ହୋଇଥିଲେ। ଭାରତର ବିଭିନ୍ନ ପ୍ରାନ୍ତର ଲେଖକ ଓ ଏମିତିକି ଅନ୍ୟ ଦେଶର ଲେଖକ ମଧ୍ୟ ଏହି ବର୍ଷ ଦ୍ବିତୀୟ ସଂସ୍କରଣରେ ସାମିଲ୍‌ ହେବାପାଇଁ ନିଜ ଇଚ୍ଛା ବ୍ୟକ୍ତ କରିଛନ୍ତି ବୋଲି ଶ୍ରୀ ପଣ୍ଡା କହିଛନ୍ତି।

ଦ୍ବିତୀୟ କୋରାପୁଟ ସାହିତ୍ୟର ମହୋତ୍ସବର କେନ୍ଦ୍ରୀୟ ଆଲୋଚ୍ୟ ବିଷୟ ରହିଛି ପ୍ରକୃତି ଓ ସୃଜନ ରହିଛି। ଏ ଅବସରରେ ୪୦ ବର୍ଷରୁ କମ୍‌ ବୟସ୍କ ଯୁବ ଲେଖକ ମାନଙ୍କ ଦ୍ବରା ଲେଖା ଯାଇଥିବା ଓ ଲୋକପ୍ରିୟ ପ୍ରକାଶନ ସଂସ୍ଥା ପେନ୍‌ ଇନ୍‌ ବୁକ୍ସ୍‌ ଦ୍ବାରା ପ୍ରକାଶିତ ହେଇଥିବା ୧୨ଟି ପୁସ୍ତକ ଉନ୍ମୋଚିତ ହେବ।

କୋରାପୁଟ ସାହିତ୍ୟ ଉତ୍ସବ ୨୦୧୯ ମହାନ ଓଡ଼ିଆ ଲେଖକ ଶ୍ରୀ ଗୋପିନାଥ ମହାନ୍ତିଙ୍କୁ ସମର୍ପିତ ହେବ, ଜିଏ କି ନିଜର ଅଧିକାଂଶ କର୍ମଜୀବନ କୋରାପୁଟରେ ବିତାଇଥିଲେ। ରାଜ୍ୟ ପ୍ରସାଶନିକ ଅଧିକାରୀ ହେଇଥିବା ଯୋଗୁଁ ତାଙ୍କୁ ୧୯୩୮ରେ କୋରାପୁଟରେ ନିଯୁକ୍ତ କରାଯାଇଥିଲା ଓ ସେ ଆଦିବାସୀ ଜୀବନ ତଥା ସଂସ୍କୃତିକୁ ନେଇ ଚମତ୍କାର ଉପନ୍ୟାସ ସବୁ ଲେଖିଥିଲେ।

ଏହି ଉତ୍ସବରେ ସାମିଲି ହେବା ପାଇଁ କୌଣସି ପାସ୍‌ କିମ୍ବା ପ୍ରବେଶ ଶୁଳ୍କ ଆବଶ୍ୟକ ନାହିଁ। ସାହିତ୍ୟରେ ରୁଚି ରଖୁଥିବା ଯେ କେହି ବି ବ୍ୟକ୍ତି ଏଥିରେ ସାମିଲ ହୋଇ ପାରିବେ ଓ ସଭାର ଆନନ୍ଦ ନେଇ ପାରିବେ। ତେବେ ଦୂର ସ୍ଥାନରୁ ଆସୁଥିବା ଲୋକ ଇଚ୍ଛା କଲେ ଅନୁଷ୍ଠାନ ପକ୍ଷରୁ ସ୍ବଳ୍ପ ଅର୍ଥରେ ରହଣି ଓ ଭୋଜନର ସୁବିଧା ଯୋଗାଇ ଦିଆଯିବ। କୋରାପୁଟ ଭୁବନେଶ୍ବର ଠାରୁ ପ୍ରାୟ ୫୦୦ କିମି ଓ ବିଶାଖାପାଟଣା ଠାରୁ ୨୦୦ କିମି ହେବ। ଏଠାରେ ସଡ଼କ ପଥ ଓ ରେଳ ପଥର ସୁବିଧା ରହିଛି।

କୋରାପୁଟ ସାହିତ୍ୟ ସମ୍ମାନ ୨୦୧୯

କୋରାପୁଟ ସାହିତ୍ୟ ସମ୍ମାନ ୨୦୧୯ (କାହାଣୀ) ଡ. ଗୌରହରି ଦାସ(୧୯୬୦) ଙ୍କୁ ପ୍ରଦାନ କରାଯିବ। ଡ. ଦାସ ଜଣେ ଲେଖକ, ସ୍ତମ୍ଭକାର, ଚିନ୍ତକ. ସାମ୍ବାଦିକ ଓ ଶିକ୍ଷାବିତ୍‌ ଭାବେ ବେଶ୍‌ ଜଣାଶୁଣା। କେନ୍ଦ୍ର ସାହିତ୍ୟ ଏକାଡ଼େମି ପୁରସ୍କାରରେ ସମ୍ମାନିତ ଶ୍ରୀ ଦାସ ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ତଥା ଦେଶର ଅନ୍ୟ ପ୍ରାନ୍ତରେ ମଧ୍ୟ ବେଶ୍‌ ପରିଚିତ। ସେ ଉପନ୍ୟାସ, କ୍ଷୁଦ୍ରଗଳ୍ପ, ନିବନ୍ଧ, ନାଟକ, କବିତା, ଯାତ୍ରା, ବୃତ୍ତାନ୍ତ ଓ ଅନୁବାଦ ଆଦି ସାହିତ୍ୟର ବିଭିନ୍ନ ବିଭାଗରେ ନିଜର ସଫଳ ସ୍ବାକ୍ଷର ରଖିଛନ୍ତି। ପ୍ରାୟ ୫୦ରୁ ଅଧିକ ପୁସ୍ତକ ପୁସ୍ତକର ଲେଖକ ଶ୍ରୀ ଦାସଙ୍କ ଉପନ୍ୟାସ ଉପନ୍ୟାସ ଛାୟାଶୌଧର ଅବଶେଷ(୧୯୯୬), ନିଜ ସାଙ୍ଗେ ନିଜର ଲଢ଼େଇ(୧୯୯୯), ଏଇଠୁ ଆରମ୍ଭ(୨୦୦୫), ଆପଣଙ୍କ ଆଜ୍ଞାଧୀନ(୨୦୧୦), କେତେ ରଙ୍ଗର ଜୀବନ(୨୦୧୩) ଓ ଗଳ୍ପ ସଂଗ୍ରହ ଆଖଡ଼ାଘର, ସ୍ବପ୍ନପାଇଁ ରାତି କାହିଁ, ଭାରତ ବର୍ଷ, ମାଟି କଣ୍ଢେଇ, ମାୟା, ଶେଷ ବାଜି, ଘର, କାଗଜ ଡଙ୍ଗା, ଅହଲ୍ୟାର ବାହାଘର, ମଥୁରାର ମାନଚିତ୍ର, କଣ୍ଟା ଓ ଅନ୍ୟାନ୍ୟ ଗଳ୍ପ, ଅଣଲେଉଟା ଓ ଅନ୍ୟାନ୍ୟ ଗଳ୍ପ ପାଠକ ମହଲରେ ବେଶ୍‌ ପ୍ରସିଦ୍ଧ। ତାଙ୍କର ବହୁ ବହି ହିନ୍ଦୀ ଓ ଇଂଗ୍ରାଜୀରେ ଅନୂଦିତ ହୋଇଛି। ଦ ଲିଟିଲ୍‌ ମଙ୍କ୍‌ ଓ ଆଣ୍ଡ ଅଦର ଷ୍ଟୋରୀଜ୍‌ ଓ କୋରାପୁଟ ଆଣ୍ଡ ଅଦର ଷ୍ଟୋରୀଜ୍‌ ଦୁଇଟି ଇଂଗ୍ରାଜୀରେ ଅନୂଦିତ ହୋଇ ଦେଶ ଓ ଦେଶ ବାହାରେ ତାଙ୍କ ପାଇଁ ବେଶ୍‌ ପାଠକୀୟ ପ୍ରସିଦ୍ଧି ଆଣିଛି।

କୋରପୁଟ ସାହିତ୍ୟ ସମ୍ମାନ ୨୦୧୯ (କବିତା) ଶ୍ରୀ ବିପିନ ନାୟକଙ୍କୁ ଦିଆଯାଉଛି (୧୯୫୦)। ଶ୍ରୀ ନାୟକ ଜଣେ ପ୍ରସିଦ୍ଧ କବି ଓ ନିଜର ବହୁମୁଖୀ ପ୍ରତିଭା ତଥା କାବ୍ୟିକ କଳ୍ପନାଶକ୍ତି ପାଇଁ ବେଶ୍‌ ଜଣାଶୁଣା। ନିଜର ଯୁବ ବୟସରୁ କବି ରୂପରେ ବେଶ୍‌ ପ୍ରସିଦ୍ଧି ପାଇଥିଲେ ଶ୍ରୀ ନାୟକ। ତେବେ ତାଙ୍କର ପ୍ରଥମ କବିତା ପୁସ୍ତକ ପାଦଶବ୍ଦ ୧୯୯୩ରେ ପ୍ରକାଶ ପାଇ ବହୁତ ଲୋକପ୍ରିୟତା ଓ ପ୍ରଶଂସା ହାସଲ କରିଥିଲା। ସେ ନିଜର କବିତା ସଂସ୍କରଣ ସ୍ବରଚିତ୍ର ପାଇଁ ଓଡ଼ିଶା ସାହିତ୍ୟ ଏକାଡ଼େମୀ ସମ୍ମାନରେ ସମ୍ମାନିତ। କବିତାରେ ଆଧୁନିକ ଦୃଷ୍ଟି କୋଣ ଓ ଗୀତିମୟତା ତାଙ୍କର ସ୍ବାତନ୍ତ୍ର‍୍ୟ। ତାଙ୍କର ଅନ୍ୟ ରଚନା ଗୁଡ଼ିକ ମଧ୍ୟରେ ପବନର ଝୋଟୀ, ନଈର ନକ୍ସା, ବନ୍ଦ ଘରର ବାସ୍ନା, ଆଳୁଅର ଆତ୍ମଲିପି ଆଦି ଅନ୍ୟତମ। ତାଙ୍କର ବହୁ କବିତା ହିନ୍ଦୀ ଓ ଇଂଗ୍ରାଜୀରେ ଅନୂଦିତହୋଇ ବହୁତ ପ୍ରଶଂସା ସାଉଁଟିଛି।

୨୦୧୮ ମସିହାରେ ପ୍ରଥମ କୋରାପୁଟ ସାହିତ୍ୟ ଉତ୍ସବ ଅବସରରେ ଡ. ଅଜୟ ସ୍ବାଇ ଓ ଡ. ଅପର୍ଣ୍ଣା ମହାନ୍ତିଙ୍କୁ କୋରାପୁଟ ସାହିତ୍ୟ ସମ୍ମାନ ୨୦୧୮ ଯଥାକ୍ରମେ କଥା ଓ କବିତା ପାଇଁ ପ୍ରଦାନ କରାଯାଇଥିଲା।

ଓଡ଼ିଆ ମିଡ଼ିଆ ବର୍ଷସାରା ବିଭିନ୍ନ ଜାତୀୟ ଓ ରାଜ୍ୟସ୍ତରୀୟ ଉତ୍ସବମାନ ଆୟୋଜନ କରିଥାଏ। ସେ ସବୁ ମଧ୍ୟରେ ଭୁବନେଶ୍ବର ସାହିତ୍ୟ ଉତ୍ସବ, ଭାଷା ଉତ୍ସବ, ଓଡ଼ିଶା ମିଡିଆ କନକ୍ଲେଭ, ଓଡ଼ିଶା ଯୁବ ସମ୍ମାନ, ଓଡ଼ିଶା ଶିକ୍ଷା ସମ୍ମାନ, ପେନ୍‌ ଇନ୍‌ ବୁକ୍ସ ଯୁବ ଲେଖକ ପୁରସ୍କାର ଓ ଓଡ଼ିଶା ଉତ୍କର୍ଷ ସମ୍ମାନ ଅନ୍ୟତମ।

Comments are closed.