Odisha Link
Bridging the Missing Links in Odisha

ଆଜି ପବିତ୍ର ମହାଳୟା

ଭୁବନେଶ୍ବର: ଆଜି ହେଉଛି ପବିତ୍ର ମହାଳୟା ଅମାବାସ୍ୟା। ଆଜିର ଦିନରେ ପିତୃପୁରୁଷଙ୍କୁ ପିଣ୍ଡ ଦେବାର ପରମ୍ପରା ବହୁ କାଳରୁ ରହି ଆସିଛି। ଏହି ଅବସରରେ ଶ୍ରୀକ୍ଷେତ୍ରରେ ପିତୃପୁରୁଷଙ୍କୁ ପିଣ୍ଡଦାନ ଲାଗି ଶ୍ରଦ୍ଧାଳୁଙ୍କ ପ୍ରବଳ ସମାଗମ ହୋଇଛି। ଶ୍ରୀମନ୍ଦିର ବାଇଶିପାହାଚରେ କିଛି ଶ୍ରଦ୍ଧାଳୁ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ତିଳତର୍ପଣ କରୁଥିବା ବେଳେ ଆଉ କିଏ ମହୋଦଧି ଓ ପଞ୍ଚତୀର୍ଥ ପୁଷ୍କରିଣୀରେ ତର୍ପଣ କରୁଛନ୍ତି।

ପିତୃପକ୍ଷରେ ବିଶେଷକରି ପିତା,ପିତାମହ,ପ୍ରପିତାମହ,ମାତା,ପିତାମୟୀ, ପ୍ରପିତାମୟୀ, ମାତାମହ,ପ୍ରମାତାମହ ଓ ବୃଦ୍ଧ ଆଦିଙ୍କ ଉଦ୍ଦେଶ୍ୟରେ ତର୍ପଣ କରାଯିବାର ବିଧି ରହିଛି। ପିତୃପକ୍ଷରେ ଶ୍ରୀମନ୍ଦିର ବାଇଶି ପାହାଚରେ ତିଳତର୍ପଣ କଲେ ପିତୃପୁରୁଷ ତୃପ୍ତି ଲାଭ କରିଥାନ୍ତି ବୋଲି ଲୋକଙ୍କ ବିଶ୍ୱାସ ରହିଛି।

Comments are closed.