Odisha Link
Bridging the Missing Links in Odisha

ବଦଳିଗଲେ ନବୀନ

ଭୁବନେଶ୍ୱର: ପୂର୍ବ ଅପେକ୍ଷା ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଦଳି ଯାଇଛନ୍ତି। ନବୀନ ନିର୍ବାଚନ ପୂର୍ବରୁ ଗୋଟେ ପ୍ରକାର ଥିଲେ ଆଉ ଏବେ ବଦଳି ଯାଇଛନ୍ତି। ନିର୍ବାଚନ ପୂର୍ବରୁ ଗୋଟିଏ କଥା କହୁଥିଲେ। କିନ୍ତୁ ନିର୍ବାଚନ ପରେ ବଦଳିଗଲେ। ଏଭଳି କହି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଛନ୍ତି ସିପିଆଇର ଜାତୀୟ ସମ୍ପାଦକ ଡି.ରାଜା ।

ଡି.ରାଜା କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କର ଆଭିମୁଖ୍ୟ ସ୍ପଷ୍ଟ କରୁନାହାନ୍ତି। ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାରଙ୍କ ବିରୋଧରେ କହୁଥିଲେ। ଏବେ କିନ୍ତୁ ପରସ୍ଥିତି ସମ୍ପୂର୍ଣ୍ଣ ଅଲଗା। ଏବେ ନବୀନ ଏକଦମ ବଦଳି ଯାଇଛନ୍ତି। କେନ୍ଦ୍ର ସରକାରଙ୍କ ଅନେକ କଥାରେ ନବୀନ ସହମତି ପ୍ରକାଶ କରୁଛନ୍ତି। ସବୁବେଳେ ଲୋକଙ୍କୁ ସତ ଲୁଚାଇ ହେବ ନାହିଁ। ତେଣୁ ନବୀନ ଏ ସମ୍ପର୍କରେ ସ୍ପଷ୍ଟ କରନ୍ତୁ। ଅର୍ଥନୀତି ଉପରେ ଆକ୍ରମଣ ଚାଲିଥିଲେ ହେଁ ନବୀନ ଚୁପ ରହୁଛନ୍ତି। ଯଦି ହିନ୍ଦୀ ଏକକ ଭାଷୀ ହୁଏ ତାହାଲେ ଓଡ଼ିଆ ଲୋକଙ୍କ ଭାଗ୍ୟ କଣ ହେବ ବୋଲି ସିପିଆଇର ଜାତୀୟ ସମ୍ପାଦକ ଡି.ରାଜା କହିଛନ୍ତି।

Comments are closed.