Odisha Link
Bridging the Missing Links in Odisha

ପଡ଼ୋଶୀ ମଂଜିତ ଦାସଙ୍କ ନାଆଁରେ ମାମଲା ରୁ୍ଜୁ

କଟକ: କେନ୍ଦ୍ରାପଡା ସା˚ସଦ ଅନୁଭବ ମହାନ୍ତିଙ୍କ ପଡ଼ୋଶୀ ମଂଜିତ ଦାସଙ୍କ ନାଆଁରେ କଟକର ପୁରୀଘାଟ ଥାନାରେ ଏକ ମାମଲା ରୁଜ୍ଜୁ ହୋଇଥିବା ଜଣାଯାଇଛି। ଅନୁସାରେ ସା˚ସଦ ଅନୁଭବ ମହାନ୍ତିଙ୍କ ପିଏସଓ ଗତକାଲି ପୁରୀଘାଟ ଥାନାରେ ଏତଲା ଦେବାପରେ ପୁଲିସ ପକ୍ଷରୁ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଜଣାଯାଇଛି। ମଂଜିତଙ୍କ ବିରୁଦ୍ଧରେ ଆଇପିସିର ଧାରା ୩୪୧, ୩୨୩, ୨୯୪, ୩୦୭ ,୩୭୯ ଏବଂ ୫୦୬ ଅନୁଯାୟୀ ମାମଲା ରୁଜ୍ଜୁ କରିଥିବା ଜଣାଯାଇଛି।
ସୂଚନାଯୋଗ୍ୟ ଗତକାଲି ସନ୍ଧ୍ୟାରେ ମଦନଙ୍କୁ ଆକ୍ରମଣ ଘଟଣାରେ ଥାନାରେ ଏକ ଲିଖିତ ଅଭିଯୋଗ ହୋଇଥିଲା। ମଦନ କୁମାର ଦାସ କରିଥିବା ଅଭିଯୋଗ ଅନୁଯାୟୀ ଫ୍ରେଣ୍ଡସ ୟୁନାଇଟେଡ କ୍ଲବ୍‌ ସାମନାରେ ସେ ଛିଡା ହୋଇଥିବା ସମୟରେ ମନଜିତ ଦାସ, ମାନସ ଦତ୍ତ, ଚନ୍ଦନ ବେହେରା, ଦୀପଙ୍କର ସେନ ସେଠାରେ ପହଞ୍ଚି ତାଙ୍କୁ ଗାଳିଗୁଲଜ କରି ଆକ୍ରମଣ କରିଥିଲେ। ତାଙ୍କର ସୁନା ଚେନ ଛିଡାଇ ନେଇଥିଲେ। ସେହି ସମୟରେ ସାଂସଦ ଅନୁଭବ ବାହାରକୁ ଆସିବାରୁ ମନଜିତ ତାଙ୍କୁ ଗାଳିଗୁଲଜ କରିବା ସହ ହତ୍ୟା ଧମକ ଦେଇଥିଲେ।
ସାଂସଦ ଥାନା ଆଇଆଇସିଙ୍କୁ ଖବର ଦେବା ପରେ ସେ ସେଠାରେ ପହଞ୍ଚିଥିଲେ। ଏବଂ ଆଇଆଇସିଙ୍କୁ ସାଂସଦ ଶ୍ରୀ ମହାନ୍ତି ସବୁ କଥା କହିଥିଲେ ବୋଲି ମଦନ ନିଜ ଲିଖିତ ଅଭିଯୋଗରେ ଉଲ୍ଲେଖ କରିଛନ୍ତି।ପୁଲିସ ଏହି ଅଭିଯୋଗ ଆଧାରରେ ଏକ ମାମଲା ରୁଜୁ କରି କରିଥିଲା।

Comments are closed.