Odisha Link
Bridging the Missing Links in Odisha

ଡାକିଲେ, ଏବେ ଆଉ ପଚାରୁ ନାହାନ୍ତି: ଦାମ

ଭୁବନେଶ୍ବର: ବରିଷ୍ଠ ବିଜେପି ନେତା ଦାମଦାର ରାଉତ ଆଉ ନିର୍ବାଚନ ଲଢ଼ିବେ ନାଇଁ। ଏନେଇ ଦାମଦୋର ରାଉତ ଗଣମାଧ୍ୟମରେ କହିଛନ୍ତି। ହେଲେ ସେ ଲୋକଙ୍କ ସହ ରହିବେ ଓ ହାତଗୋଡ଼ ଚଳୁଥିବା ଯାଏଁ ଲୋକଙ୍କ କାମ କରି ଚାଲିବି ବୋଲି କହିଛନ୍ତି।

ସେ କହିଛନ୍ତି ଯେ, ନିର୍ବାଚନ ଲଢ଼ିବାକୁ ଆଉ ବୟସ ନାହିଁ। ବିଧାନସଭାରେ ଆମ ଭଳି ପୁରୁଖା ନେତାଙ୍କ ପୁଅ ପୁତୁରା ଆସି ବିଧାୟକ ହେଲେଣି। ଏବେ ଆମର ଆଉ ଆବଶ୍ୟକତା ନାହିଁ। ସେହିପରି ବିଜେପୁର ଉପନିର୍ବାଚନ ପାଇଁ ବିଜେପି ପକ୍ଷରୁ ପ୍ରକାଶ ପାଇଥିବା ଷ୍ଟାର ପ୍ରଚାରକ ତାଲିକାରେ ତାଙ୍କ ନାମକୁ ସାମିଲ କରାନଯିବା ପ୍ରସଙ୍ଗରେ ଦାମ ନିଜମତ ବ୍ୟକ୍ତ ପ୍ରକାଶ କରିଛନ୍ତି।

ସେ କହିଛନ୍ତି ଯେ, ନିର୍ବାଚନ ପୂର୍ବକଥା, ପରକଥା ଭିତରେ ଆକାଶପାତାଳ ପ୍ରଭେଦ। ନିର୍ବାଚନ ପୂର୍ବରୁ ବିଜେପି ନେତା ମୋତେ ଡାକି ଦଳରେ ମିଶାଇଥିଲେ। ନିର୍ବାଚନ ପରେ ମୋତେ ଆଉ ପଚାରୁନାହାନ୍ତି। ବିଜେପୁର ନିର୍ବାଚନ କଥା ମୁଁ ଗଣମାଧ୍ୟମରୁ ଜାଣିଲି । ମୋତେ କେଉଁଠିକୁ ଡାକୁ ନାହାନ୍ତି କି ପଚାରୁନାହାନ୍ତି। ଏହି ଅବସ୍ଥାରେ ମୁଁ ଆଉ କେମିତି ନିର୍ବାଚନ ଲଢିବ। ମୋତେ ଗୋଷ୍ଠୀଭୁକ୍ତ କରି ମୋତେ ଆଉ ଡାକୁନାହାନ୍ତି। ନିର୍ବାଚନ ଲଢିବାକୁ ଆଉ ମୋର ବୟସ ନାହିଁ ବୋଲି ଦାମ ବାବୁ କହିଛନ୍ତି।

ଏଥିସହିତ ସେ କହିଛନ୍ତି ଯେ, ମୁଁ ଜଣେ ଅଣକଂଗ୍ରେସ ନେତା। ମୁଁ ପୂର୍ବରୁ ଜନତା ଦଳ ଓ ବିଜୁ ଜନତା ଦଳରେ ଦୀର୍ଘ ବର୍ଷ ଧରି ରହିଥିଲେ। ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ମୁଁ ବିଜେପିକୁ ଯାଇଥିଲି। କିନ୍ତୁ ବିଜେପି ଯଦି ମୋତେ ନପଚାରିବ ମୁଁ ଆଉ କ’ଣ ଗୋଡେ଼ଇକି ଯିବେ ବୋଲି ଡାକ୍ତର ରାଉତ ଗଣମାଧ୍ୟମ ସାମ୍ନାରେ କହିଛନ୍ତି।

Comments are closed.