Odisha Link
Bridging the Missing Links in Odisha

ଏବିଭିପି ପକ୍ଷରୁ ରାଜ୍ୟବ୍ୟାପି ଗାନ୍ଧୀଜି ଓ ଶାସ୍ତ୍ରୀଜି ଜୟନ୍ତୀ ପାଳନ

ଭୁବନେଶ୍ୱର: ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ତରଫରୁ ଓଡ଼ିଶାର ବିଭିନ୍ନ ସ୍ଥାନରେ ଗାନ୍ଧୀଜୀ ଓ ଶାସ୍ତ୍ରୀଜୀଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ରାଜ୍ୟର ବିଭିନ୍ନ କ୍ୟାମ୍ପସ୍ ଓ ନଗର ସ୍ତରରେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ମୋହନ ଦାସ କରମ ଚାନ୍ଦ ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଓ ଭାରତର ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଭାରତରତ୍ନ ଲାଲ୍ ବାହାଦୂର୍‌ ଶାସ୍ତ୍ରୀଙ୍କ ୧୧୬ତମ ଜୟନ୍ତୀ ଅବସରରେ ସେମିନାର୍, ପ୍ଲାଷ୍ଟିକ୍ ବର୍ଜ୍ଜନ ସଚେତନତା ଅଭିଯାନ, ପଥପ୍ରାନ୍ତ ନାଟକ, ବୃକ୍ଷରୋପଣ ଓ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯାଇଛି।

ଭୁବନେଶ୍ୱରର ଜୟ ଭାରତ ଅଡ଼ିଟୋରିୟମରେ ସ୍ୱଦେଶୀ,ସ୍ୱରାଜ, ସ୍ୱାବଲମ୍ବନ ଓ ନିଶାମୁକ୍ତିକୁ ନେଇ ଏକ ସେମିନାର୍ ଆୟୋଜନ କରାଯିବା ସହ ମାଷ୍ଟର କ୍ୟାଂଟିନ୍ରେ ଏକ ପଥପ୍ରାନ୍ତ ନାଟକ ମଧ୍ୟ କରାଯାଇଥିଲା। ସେହିପରି ନୟାଗଡ଼ ନଗର, ଭଦ୍ରକ ନଗର, ଫୁଲବାଣୀ ନଗର, ବ୍ରହ୍ମପୁର ନଗରରେ ଗାନ୍ଧୀଜୀ ଓ ଶାସ୍ତ୍ରୀଜୀଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯିବା ସହ ସ୍ୱଛ ଭାରତ ଅଭିଯାନ କରାଯାଇଥିଲା। କଟକ ଓ କିଶୋରନଗର ଶାଖାରେ ବୃକ୍ଷରୋପଣ କରାଯାଇଥିବା ବେଳେ ବାଣପୁର-ବାଲୁଗାଁ ନଗର ଶାଖାରେ ପ୍ଲାଷ୍ଟିକ୍‌ ବର୍ଜ୍ଜନ ପାଇଁ ନଗର ମଧ୍ୟରେ ସଚେତନତା ଯାତ୍ରା ଆୟୋଜିତ ହୋଇଥିଲା। କନ୍ଧମାଳର କୁଇଦାନ ଆଞ୍ଚଳିକ ମହାବିଦ୍ୟାଳୟ, ଭବାନୀପାଟଣା ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ଡିଏଭି କଲେଜ୍, ଟିଟିଲାଗଡ଼ ଓ ହିଞ୍ଜିଳିକାଟୁରେ ସେମିନାର୍ ଆୟୋଜନ ହେବା ସହ ଗାନ୍ଧୀ ଓ ଶାସ୍ତ୍ରୀ ଜୀଙ୍କ ବିଚାରଧାରା ଓ ଆଜିର ଦିନରେ ପ୍ରାସଙ୍ଗିକତା ସଂପର୍କରେ ଆଲୋକପାତ କରାଯାଇଥିଲା ।

Comments are closed.