Odisha Link
Bridging the Missing Links in Odisha

ବିଜେପୁରରେ ବାଜି ମାରିବ 6-T

ଭୁବନେଶ୍ବର: ଆସନ୍ତା ୨୧ ତାରିଖରେ ହେବ ବିଜେପୁର ଉପନିର୍ବାଚନ। ଯାହାକୁ ନେଇ ରାଜ୍ୟ ରାଜନୀତି ସରଗରମ ରହିଛି। ହେଲେ ଏହି ସମୟରେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ମନ୍ତବ୍ୟ ରାଜ୍ୟ ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଛି। ସେ କହିଛନ୍ତି ଯେ ଏଥର କେବଳ 6-Tର ବିଜୟ ହେବ। ମାନେ ଟଙ୍କାର ବିଜୟ ହେବ ବୋଲି କଟାକ୍ଷ କରି କହିଛନ୍ତି ତାରା।

ସେ ଗଣମାଧ୍ୟମରେ କହିଛନ୍ତି ଯେ, ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ମୁଁ ଧନ୍ୟବାଦ ଦେବି। କାରଣ ସେ ରାଜ୍ୟରେ 5T ଆରମ୍ଭ କରିଥିଲେ। ହେଲେ 5T ବିଜେପୁରର କିଛି କାମ କରିନି ସେଥିପାଇଁ ସେମାନେ 6-Tକୁ ଯିବେ ନିଶ୍ଚିତ। 6-Tମାନେ ଟଙ୍କା ବୋଲି କହିଛନ୍ତି ତାରା ପ୍ରସାଦ ବାହିନୀପତି।

ଏଥିସହିତ ସେ କଟାକ୍ଷ କରି କହିଛନ୍ତି ଯେ, 5T ମାନେ ଚା। ପାହାନ୍ତିଆରେ ଚା, ସକାଳେ ଚା, ଦିହିପରେ ଚା, ସନ୍ଧ୍ୟାରେ ଚା ଏବଂ ରାତିରେ ମଧ୍ୟ ଚା। ଏଇ ଯୋଉ 5T ରଖିଥିଲେ ତାହା ଏବେ ବିଜେପୁରରେ କାମ ଦେବନି ଆଉ। ଏବେ ଗୋଟେ ଟି ଅଛି ଯାହା ହେଉଛି 6-T। ଯାହାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଏଥର ଉପନିର୍ବାଚନରେ ବ୍ୟବହାର କରିବେ। ବିକାଶ ଶୂନ ହୋଇଯାଇଛି। ମାନ୍ୟବର ମୁଖ୍ୟମନ୍ତ୍ରୀ ସାଧାରଣ ନିର୍ବାଚନରେ ଜିତିଥିଲେ। ଉପନିର୍ବାଚନରେ ମ୍ୟାଡାମ୍‌ ଜିତିଥିଲେ ବୋଲି ଶ୍ରୀ ବାହିନୀପତି କହିଛନ୍ତି।।

ଏଥିସହିତ ସେ କହିଛନ୍ତି ଯେ, ଗତ ଉପନର୍ବାଚନ ସମୟରେ ଗୋଟେ ଗୋଟେ ପଞ୍ଚାୟତର ଦାୟିତ୍ବ ମନ୍ତ୍ରୀ ମାନେ ନେଇଥିଲେ। ପ୍ରତ୍ୟେକ ଗାଁର ଦାୟିତ୍ବ ଶାସକ ଦଳର ବିଧାୟକ ନେଇଥିଲେ। ସେ ଦାୟିତ୍ବରେ ବିଭିନ୍ନ ପ୍ରତିଶୃତି ଦେଇଥିଲେ। ହେଲେ କୌଣସି ଜାଗାରେ ପ୍ରତିଶୃତି ପୂରଣ ହୋଇନି। ଏଠି କେବଳ ପ୍ରତିଶୃତି ପାଣିର ଗାର ହୋଇ ରହିଛି। ଏବେ କେବଳ ଗୋଟେ ଟି ହଁ ଶାସକ ଦଳକୁ ବଞ୍ଚାଇ ପାରିବ ତାହା ହେଉଛି 6-T ମାନେ ଟଙ୍କା ବୋଲି କହିଛନ୍ତି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି।

Comments are closed.