Odisha Link
Bridging the Missing Links in Odisha

ମହିଳାଙ୍କୁ ଗଣ ଦୁଷ୍କର୍ମ ଅଭିଯୋଗରେ ୩ ଗିରଫ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ଅଞ୍ଚଳରେ ଜଣେ ମହିଳାଙ୍କ ଗଣଦୁଷ୍କର୍ମ କରିବା ଅଭିଯୋଗରେ ୪ଜଣଙ୍କୁ ଗିରଫ ହୋଇଛନ୍ତି। ଗିରଫ ପରେ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ । ଗିରଫ ଅଭିଯୁକ୍ତ ହେଲେ ମୋଟଙ୍ଗା ଥାନା ଅନ୍ତର୍ଗତ ନୟାଭାଗିରଥିପୁରର ବାମନ ନାୟକ, ପତଳା ଗାଁର ଟୁବୁଲା ସ୍ବାଇଁ ଓ ରଞ୍ଜାସିଂହା ଗାଁର ସତୁରା ସାହୁ।
ମିଳିଥିବା ସୂଚନା ଅନୁସାରେ ଗତ ମଙ୍ଗଳବାର ରାତିରେ ୩ ଅଭିଯୁକ୍ତ ମୋଟଙ୍ଗା ଥାନା ଅଞ୍ଚଳରେ ଘରେ ପଶି ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ପୀଡିତା ମହିଳା ଏ ନେଇ ଗତକାଲି ଥାନାରେ ଅଭିଯୋଗ କରିବା ପରେ ପୋଲିସ ମାମଲା ରୁଜୁ କରି ସେମାନଙ୍କୁ ଗିରଫ କରିଛି।

Comments are closed.