Odisha Link
Bridging the Missing Links in Odisha

ବାଲାକୋଟ ଏୟାର ଷ୍ଟ୍ରାଇକ୍‌ର ପ୍ରମୋଶନାଲ ଭିଡିଓ ଜାରି କଲା ବାୟୁସେନା

ନୂଆଦିଲ୍ଲୀ: ଫେବୃଆରୀ ୨୬ରେ ଭାରତୀୟ ବାୟୁସେନା ପକ୍ଷରୁ ହୋଇଥିଲା ଏୟାର ଷ୍ଟ୍ରାଇକ୍। କାରଣ ଚଳିତବର୍ଷ ଫେବୃଆରୀ ୧୪ରେ ଜୈଶ-ଏ-ମହମ୍ମଦର ଆତଙ୍କବାଦୀମାନେ ସିଆପିଏଫ ଯବାନଙ୍କ ଉପରେ ଆକ୍ରମଣ କରିଥିଲେ। ଯାହାର ଜବାବ ଭାରତୀୟ ବାୟୁସେନା ଫେବୃଆରୀ ୨୬ରେ ନେଇଥିଲା।

ପାକିସ୍ତାନ ସ୍ଥିତ ବାଲାକୋଟରେ ଥିବା ଜୈଶ-ଏ-ମହମ୍ମଦର ଆତଙ୍କବାଦୀ ପ୍ରଶିକ୍ଷଣ ଉପରେ ଆକ୍ରମଣ କରି ଭାରତ କଡ଼ା ଜବାବ ଦେଇଥିଲା। ଏଥିରେ ଶତାଧିକ ଆତଙ୍କବାଦୀ ନିହତ ହୋଇଥିଲେ। ଏବେ ଭାରତୀୟ ବାୟୁସେନା ସେହି ଆକ୍ରମଣର ଏକ ପ୍ରମୋଶନାଲ ଭିଡିଓ ସାତ ମାସ ପରେ ଆଜି ଶେୟାର କରିଛି। ଆଗକୁ ଭାରତୀୟ ବାୟୁସେନାର ପ୍ରତିଷ୍ଠା ଦିବସ ରହିଛି। ଏହି ଅବସରରେ ଆଜି ବାୟୁସେନାର ନବ ନିଯୁକ୍ତ ମୁଖ୍ୟ ଏୟାର ଚିଫ୍ ମାର୍ଶଲ ରାକେଶ କୁମାର ଭଦୈାରିଆ ପ୍ରେସ କନଫରେନସ କରି ବାଲାକୋଟ ଆକ୍ରମଣର ଭିଡିଓ ଶେୟାର କରିଛନ୍ତି।

ଭିଡିଓ ଅନୁଯାୟୀ ଭାରତୀୟ ବାୟୁସେନାର ବିମାନ ପାକିସ୍ତାନ ସ୍ଥିତ ଆତଙ୍କବାଦୀ କେନ୍ଦ୍ର ବାଲାକୋଟକୁ ଆକାଶ ମାର୍ଗରୁ ଟାର୍ଗେଟ କରି ଧ୍ୱଂସ କରିଦେଇଥିଲା। ଏହାପରେ ପାକିସ୍ତାନ ୨୭ ତାରିଖ ଦିନ ଭାରତୀୟ ସୀମାରେ ଅନୁପ୍ରବେଶ କରିବା ପାଇଁ ଚେଷ୍ଟା କରିଥିଲା। ହେଲେ ଭାରତୀୟ ଯବାନଙ୍କ ଆକ୍ରମଣାତ୍ମକ ସ୍ଥିତି ଦେଖି ଆତଙ୍କବାଦୀ ମାନେ ଦୌଡ଼ି ପଳାଇଥିଲେ ବୋଲି ଭିଡିଓରେ ଦେଖିବାକୁ ମିଳିଛି।

Comments are closed.