Odisha Link
Bridging the Missing Links in Odisha

ଟ୍ରକ୍‌କୁ ଧକ୍କା ଦେଲା ବସ୍

ସୋର: ବାଲେଶ୍ବର ଜିଲ୍ଲା ଖନ୍ତାପଡା ଥାନା ପଣପଣା ନିକଟରେ ବସ୍ ଏକ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ୬ଜଣ ଯାତ୍ରୀ ଆହତ ହୋଇଥିବା ଜଣା ପଡିଛି।
ମିଳିଥିବା ସୂଚନା ଅନୁସାରେ, ବସ୍‌ଟି ଭୁବନେଶ୍ବରରୁ ବାଲେଶ୍ବର ଯାଉଥିବା ବେଳେ ପଣପଣା ନିକଟରେ ଗୋଟିଏ ଟ୍ରକ୍ ସହ ଦୁର୍ଘଟଣା ହୋଇଥିଲା। ଟ୍ରକ୍‌ର ଇଂଜିନ ହଠାତ୍ ଖରାପ ହୋଇଯିବା ଯୋଗୁଁ ଷ୍ଟାର୍ଟ ବନ୍ଦ ହୋଇଯାଇଥିଲା। ପଛପଟୁ ଯାଉଥିବା ବସ୍ ଟ୍ରକକୁ ଧକ୍କା ଦେଇଥିଲା। ଖବର ପାଇ ଘଟଣାସ୍ଥଳରେ ଖନ୍ତାପଡା ପୋଲିସ ପହଞ୍ଚି ଯାତ୍ରୀମାନଙ୍କୁ ଉଦ୍ଧାର କରି ଡାକ୍ତରଖାନା ସ୍ଥାନାନ୍ତର କରିଛନ୍ତି।

Comments are closed.