Odisha Link
Bridging the Missing Links in Odisha

ଏଣିକି ୩୦ ସେକେଣ୍ଡରେ ୫୦ ହଜାର ଋଣ

ଭୁବନେଶ୍ୱର: ଏସଏଚଜି ଗ୍ରୁପ ପାଇଁ ଖୁସି ଖବର। ଏଣିକି ୩୦ ସେକେଣ୍ଡରେ ଏସଏଚଜି ଗ୍ରୁପକୁ ମିଳିବ ୫୦ ହଜାର ଟଙ୍କାର ଋଣ। ତାସହିତ ୫୯ ମିନିଟରେ ୧କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ମିଳିପାରିବ ବୋଲି ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ରାଷ୍ଟ୍ରାୟାତ୍ତ ବ୍ୟାଙ୍କର ଗ୍ରାହକ ସମ୍ପର୍କ କାର୍ଯ୍ୟକ୍ରମରେ ଯୋଗ ଦେଇ ଶ୍ରୀ ପ୍ରଧାନ ଏହି ସୂଚନା ଦେଇଛନ୍ତି।

ଏହାଛଡ଼ା ସେ କହିଛନ୍ତି ଯେ, ଓଡ଼ିଶାରେ ୨ ଲକ୍ଷ କୋଟି ଟଙ୍କାର ବ୍ୟାଙ୍କ ଋଣ ଦିଆଯାଉଛି। ରାଜ୍ୟରେ ୩ କୋଟିରୁ ଉର୍ଦ୍ଧ୍ବ ଲୋକ ବ୍ୟାଙ୍କ ଆକାଉଣ୍ଟ ଖୋଲିଛନ୍ତି। ଓଡ଼ିଶାରେ ଅଧିକ ବ୍ୟାଙ୍କ ଖୋଲିବା ପାଇଁ ସେ ଅର୍ଥମନ୍ତ୍ରୀଙ୍କୁ ଚିଠି ଲେଖିଥିବା ଶ୍ରୀ ପ୍ରଧାନ କହିଛନ୍ତି। ସେହିପରି ଅଧିକରୁ ଅଧିକ ଗୃହଋଣ ଦେବାକୁ ବ୍ୟାଙ୍କଗୁଡ଼ିକୁ କୁହାଯାଇଥିବା ସେ କହିଛନ୍ତି।

Comments are closed.