Odisha Link
Bridging the Missing Links in Odisha

ଭଗବାନ ସାଜି ବଞ୍ଚାଇଲେ ଅକ୍ଷୟ

ମୁମ୍ୱାଇ : ବଲିଉଡର ଆକ୍ସନ ହିରୋ ଅକ୍ଷୟ କୁମାର ନିଜ ସିନେମା ‘ହାଉସ୍‌ଫୁଲ୍ ୪’ର ପ୍ରମୋସନ୍‌ ରେ ଲାଗିଛନ୍ତି । ସେ ନିଜ ସିନେମାର ପ୍ରମୋସନ୍‌ ପାଇଁ ମନିଷ ପୌଲ୍‌ଙ୍କଶୋ’ ‘ମୁଭି ମସ୍ତି’ ଯାଇଥିଲେ । ସେହି ସମୟରେ ଶୋ’ ରେ ଏକ ଦୁର୍ଘଟଣା ଘଟି ଯାଇଥିଲା। ଶୋ’ର ଜଣେ ଆର୍ଟିଷ୍ଟ ଏକ ଷ୍ଟଣ୍ଟ୍‌ ଦେଉଥିବା ସମୟରେ ହଠାତ୍ ବେହୋସ୍‌ ହୋଇଯାଇଥିଲେ। ସେହି ସମୟରେ ଅକ୍ଷୟ କୁମାର ତାଙ୍କୁ ଧରି ପକାଇଥିଲେ।


ଶୋ’ରେ ଶୁଟିଂ କରାଯାଇଥିବା ଭିଡିଓଟି ସୋଶାଲ ମିଡିଆରେ ଖୁବ୍‌ ଭାଇରାଲ୍ ହେବାରେ ଲାଗିଛି । ଅଲି ଅସ୍‌ଗର୍‌ ହାର୍ନେସ୍‌ରେ ଝୁଲି ଏକ ପାଣି ଟାଙ୍କିରୁ ବାହାରୁଥିଲେ ଓ ସେହି ସମୟରେ ଆଉ ଜଣେ ବ୍ୟକ୍ତି ମଧ୍ୟ ହାର୍ନେସ୍‌ରେ ଝୁଲୁଥିବାର ନଜର ଆସିଥିଲେ କିନ୍ତୁ ସେହି ବ୍ୟକ୍ତି ଜଣକ ଅଲିଙ୍କୁ କିଛି କହିବା ପୂର୍ବରୁ ସେ ହଠାତ୍ ବେହୋସ୍‌ ହୋଇଯାଇଥିଲେ ଓ ତାଙ୍କ ମୁଣ୍ଡ ତଳକୁ ଝୁଲି ପଡ଼ିଥିଲା ଏବଂ ସେ ହାର୍ନେସ୍‌ରୁ ତାଙ୍କ ଦୁଇ ହାତ ଛାଡ଼ି ଦେଇଥିଲେ । ସେହି ସମୟରେ ଅଲି ତାଙ୍କୁ ଧରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଧରି ପାରିନଥିଲେ କିନ୍ତୁ ସେହି ସମୟରେ ଅକ୍ଷୟ ଦୌଡ଼ି ଆସି ପାଣି ଟାଙ୍କି ଉପରେ ଚଢ଼ି ତାଙ୍କ ଗୋଡ଼ ଉପରେ ବେହୋସ୍‌ ବ୍ୟକ୍ତିଙ୍କୁ ଧରିଥିଲେ। ସେହି ବ୍ୟକ୍ତିଙ୍କର ବ୍ଳଡ ପ୍ରେସର କମି ଯାଇଥିବାରୁ ଏପରି ଦୁର୍ଘଟଣା ଘଟି ଥିଲା ।
‘ହାଉସ୍‌ଫୁଲ୍‌ ୪’ର ପ୍ରମୋସନ୍‌ ପାଇଁ ଅକ୍ଷୟଙ୍କ ସହିତ ବବି ଦେଓଲ୍‌, ରିତେଶ ଦେଶମୁଖ, କୀର୍ତ୍ତି ସେନନ୍‌ ,ପୂଜା ହେଗ୍‌ଡେ, ଓ କୃତୀ ଖରବନ୍ଦା ଉପସ୍ଥିତ ଥିଲେ।  ସିନେମାଟି ଅକ୍ଟୋବର ୨୬ ତାରିଖରେ ରିଲିଜ୍‌ ହେବ ଓ ଏହାକୁ ଫରାଦ ମାଝି ନିର୍ଦ୍ଦେଶନା ଦେଇଛନ୍ତି ।

Comments are closed.