Odisha Link
Bridging the Missing Links in Odisha

ସରିଗଲା ଆମ୍ବୁଲାନ୍ସର ତେଲ: ମା’ ଛୁଆ ମୃତ

ବାରିପଦା: ଆମ୍ବୁଲାନ୍ସରେ ତେଲ ସରିଯିବାରୁ ମା ଓ ଗର୍ଭସ୍ଥ ଛୁଆର ମୃତୁ୍ୟ ହେବା ଭଳି ଏକ ଅଭାବନୀୟ ଘଟଣା ଘଟିଛି। ଅଧା ରାସ୍ତାରେ ତେଲ ସରିଯିବାରୁ ରାସ୍ତା ମଝିରେ ମା ଓ ଛୁଆଙ୍କ ମୃତୁ୍ୟ ହୋଇଛି। ବାରିପଦା ମେଡିକାକୁ ଆସୁଥିବାବେଳେ କୁଳିଅଣା ନିକଟରେ ଉଭୟଙ୍କ ମୃତୁ୍ୟ ହୋଇଛି ।
ସୂଚନାଯୋଗ୍ୟ, ହାଣିଦା ଗ୍ରାମର ଜଣେ ପ୍ରସୂତି ବାରିପଦା ମେଡିକାଲରେ ଭର୍ତ୍ତି ହୋଇଥିଲେ। କାଲି ରାତିରେ ଗୁରୁତର ହେବାରୁ ଡାକ୍ତର ବାରିପଦା ପଠାଇଥିଲେ। ବାଙ୍ଗିରିପୋଷି ମେଡିକାଲ ଆମ୍ବୁଲାନ୍ସରେ ପ୍ରସୂତିଙ୍କୁ ବାରିପଦା ଅଣାଯାଉଥିଲା। ରାସ୍ତାରେ କୁଳିଅଣା ନିକଟରେ ଆମ୍ବୁଲାନ୍ସରେ ତେଲ ସରିଯାଇଥିଲା। ବିଳମ୍ବିତ ରାତିରେ ଆମ୍ବୁଲାନ୍ସରୁ ତେଲ ସରିବାରୁ କିଛି ବିକଳ୍ପ ମିଳିନଥିଲା। ଆମ୍ବୁଲାନ୍ସରେ ଥିବା ଆଶା କର୍ମୀଙ୍କ ଠାରୁ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ୧୦୮ ଆମ୍ବୁଲାନ୍ସ। ପ୍ରାୟ ଘଣ୍ଟାଏ ପରେ ୧୦୮ ଆମ୍ବୁଲାନ୍ସରେ ପ୍ରସୂତିଙ୍କୁ ବାରିପଦା ପଠାଯାଇଥିଲା। ତେବେ ବାରିପଦାରେ ପ୍ରସୂତିଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ରାସ୍ତାରେ ଉଭୟ ମା ଓ ଗର୍ଭସ୍ଥ ସନ୍ତାନର ମୃତୁ୍ୟ ଘଟିଥିବା ସୂଚନା ମିଳିଛି। ଆମ୍ବୁଲାନ୍ସରେ ତେଲ ସରିବାରୁ ବିଳମ୍ବ ହେବାରୁ ମୃତୁ୍ୟ ଘଟିଥିବା ଅଭିଯୋଗ ହୋଇଛି।

Comments are closed.