Odisha Link
Bridging the Missing Links in Odisha

ଲାଞ୍ଜିଗଡ଼ରେ ହାତୀ ଆତଙ୍କ

କଳାହାଣ୍ଡି: କଳାହାଣ୍ଡି ଲାଞ୍ଜିଗଡ଼ ବ୍ଲକରେ ହାତୀମାନଙ୍କ ଦ୍ବାରା ବ୍ୟାପକ ଫସଲ ନଷ୍ଟ ହେଉଛି। ଗୋଇପିଟା, ବାନିଗାଁ, ଲାଞ୍ଜିଗଡ଼ଠାରେ ଧାନ ଓ କୋଳଥ ଚାଷ ନଷ୍ଟ କରିଛନ୍ତି ହାତୀ। ୨୫ରୁ ୩୦ ହାତୀ ଦ୍ବାରା ଫସଲ ନଷ୍ଟ ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ଲୋକେ। ଘଟଣାସ୍ଥଳରେ ବନ ବିଭାଗ ପହଞ୍ଚି ହାତୀଙ୍କୁ ଘଉଡାଇବା ସୂଚନା ମିଳିଛି। ହାତୀ ପଲରେ ୫ ହାତୀ ଛୁଆ ରହିଛନ୍ତି। ହାତୀ ହାଲୁଲଝିମରୀ ଜଗଂଲରେ ଠାବ ହୋଇଛନ୍ତି। ବନ ବିଭାଗ ହାତୀପଲ ଘଉଡାଇବାକୁ ପ୍ରୟାସ ଜାରି ରଖିଛନ୍ତି।

Comments are closed.