Odisha Link
Bridging the Missing Links in Odisha

ଭାଇରାଲ ହେଲା ହିରୋଇନ ଦିବ୍ୟାଙ୍କର ଫଟୋ

ପୁରୀ : ପୁରୀ ଶ୍ରୀମନ୍ଦିରରେ କଡାକଡି ସୁରକ୍ଷା ଥାଇ ମଧ୍ୟ ପୁଣି ଥରେ ଶ୍ରୀମନ୍ଦିର ଫଟୋ ଭାଇରାଲ୍ ହୋଇଛି। ‘ମିଷ୍ଟର ମଜନୁ’ ସିନେମାର ନାୟିକା ଦିବ୍ୟାଙ୍କୁ ଏହି ଫଟୋରେ ଦେଖିବାକୁ ମିଳିଛି। ସେ ପରିବାର ସହ ଆନନ୍ଦ ବଜାରରେ ମହାପ୍ରସାଦ ସେବନ କରିବା ସମୟରେ ଫଟୋଟି ଉଠାଇଥିଲେ ଓ ଯାହା ଏବେ ଭାଇରାଲ୍ ହୋଇଛି । ଏହି ଫଟୋରେ ଦିବ୍ୟାଙ୍କ ସହିତ ଆଉ ୫ଜଣ ଅଛନ୍ତି। ଏହି ଫଟୋଟି କିଏ ଭାଇରାଲ କରିଛି ତାହା ଜଣାପଡ଼ିନାହିଁ କଟକଣା ସତ୍ତ୍ୱେ ମନ୍ଦିର ଭିତରକୁ ସେମାନେ କିପରି ମୋବାଇଲ୍ ନେଇ ଏହି ଫଟୋ ଉଠାଇଲେ ଏବଂ ତାହା କିପରି ଭାଇରାଲ ହେଲା ଏହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।


ଦିବ୍ୟା ଓଡ଼ିଆ ସିନେମା ‘ସୁନ୍ଦରଗଡ଼ର ସଲମାନ୍‌ ଖାନ୍‌’ ଜରିଆରେ ଆସିଥିଲେ ।ତାଙ୍କ ଅଭିନୀତ ଦୁଇଟି ସିନେମା ରିଲିଜ୍‌ ହେବାକୁ ଯାଉଛି । ସେଥିମଧ୍ୟରୁ ଗୋଟିଏ ହେଲା ‘ପ୍ରେମ ଏଟିଏମ୍‌’। ଏହି ସିନେମାରେ ପ୍ରଦୀପ, ପ୍ରୀତିରାଜ,ମିହିର ଦାସ,ପ୍ରଜ୍ଞା ଓ ଜୀବନ ପଣ୍ଡା ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ।

Comments are closed.