Odisha Link
Bridging the Missing Links in Odisha

ଗୋଟିଏ କଥା କହିବି, ‘ଭୋଟ ନାହିଁ ତ କାମ ନାହିଁ’

ଭୁବନେଶ୍ବର: ଆପଣମାନଙ୍କୁ ଗୋଟିଏ କଥା କହିବି। ଯେଉଁମାନେ ମୋତେ ଭୋଟ ଦେଇ ନାହାନ୍ତି ସେମାନଙ୍କର କୌଣସି କାମ କରାଇଦେବି ନାହିଁ। ମୁଁ ଆପଣଙ୍କୁ ଗୋଟିଏ କଥା କହିବି ଯଦି ଆପଣମାନେ ୨୦୨୨ରେ ହେବାକୁ ଥିବା ଜିଲ୍ଲା ପରିଷଦ ପାର୍ଥୀକୁ ଜିତେଇ ଦେଖେଇବ ତେବେ ଆପଣମାନଙ୍କ ପାଇଁ କାମ କରିବି। ଏକ କର୍ମୀ ସମ୍ମିଳନୀରେ ଏପରି କଥା କହିଛନ୍ତି ବିଜେଡି ବିଧାୟକ। ଏପରି କହି ଅଡ଼ୁଆରେ ପଡ଼ିଛନ୍ତି ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ। ଶ୍ରୀ ପ୍ରଧାନଙ୍କ ଏହି ଭିଡିଓ ଏବେ ସୋଶିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଅପରପକ୍ଷେ ଏହାକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ବିଧାୟକ ସାଲୁଗା ପ୍ରଧାନ। ସେ ଗଣମାଧ୍ୟମରେ କହିଛନ୍ତି ଯେ, ମୋତେ ବଦନାମ କରିବା ପାଇଁ କେହି ଏପରି କରିଛି। ଏଥିପାଇଁ ମୁଁ ଆଇନର ଆଶ୍ରୟ ନେବି।

Comments are closed.