Odisha Link
Bridging the Missing Links in Odisha

ମଦ ବିକ୍ରି ବନ୍ଦ ପ୍ରସଙ୍ଗ: ଅଶୋକ ଗେହଲଟ କହିଲେ ମୁଁ ସମର୍ଥନ କରୁଛି, କିନ୍ତୁ…

ଜୟପୁର: ରାଜ୍ୟରେ ମଦ ବିକ୍ରି ବନ୍ଦ କରିହେବ ନାହିଁ। ଯଦି ବନ୍ଦ ହେବ ତେବେ ରାଜ୍ୟରେ ଅସାଧୁ ଉପାୟରେ ମଦ ବିକ୍ରି ବଢ଼ିଯିବ। ଏଭଳି କହିଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ। ଅକ୍ଟୋବର ୨ ଗାନ୍ଧି ଜୟନ୍ତୀ ଅବସରରେ ରାଜସ୍ଥାନ ସରକାର କିଛି ଗୁଟଖା ଓ ପାନ ମସଲା ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଆଗାମୀ ଦିନରେ ମଦ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଯିବ କି ବୋଲି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ଗଣମାଧ୍ୟମ ପ୍ରତିନିଧି ପ୍ରଶ୍ନ କରିଥିଲେ। ଯାହାର ଜବାବରେ ସେ ଏପରି କହିଛନ୍ତି।

ଏହାର ଉଦାହରଣ ଦେବାକୁ ଯାଇ ଗୁଜରାଟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ଗେହଲଟ। ସେ କହିଛନ୍ତି ସ୍ୱାଧୀନତା ପରେ ଜାତିର ପିତା ମହାତ୍ମାଗାନ୍ଧିଙ୍କ ରାଜ୍ୟରେ ମଦ ବିକ୍ରି ଉପରେ ରୋକ୍ ଲଗାଯାଇଛି। ହେଲେ ଏବେ ଦେଶରେ ସବୁଠାରୁ ଅଧିକ ମଦ ବିକ୍ରି ରାଜ୍ୟ ବୋଲି ସେ କହିଛନ୍ତି। ମୁଁ ବର୍ଷେ ହେବ ଗୁଜରାଟରେ ଥିଲି। ତେଣୁ କିଭଳି ମଦ ବିକ୍ରି ହେଉଛି ଜାଣିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଗେହଲଟ ଗଣମାଧ୍ୟମକୁ କହିଛନ୍ତି। ୧୯୭୭ରେ ରାଜସ୍ଥାନରେ ମଦ ବିକ୍ରି ଉପରେ ରୋକ୍ ଲଗାଯାଇଥିଲା। ହେଲେ ଏହି ନିଷ୍ପତ୍ତି ବିଫଳ ହୋଇଥିଲା ବୋଲି ସେ କହିଛନ୍ତି।

Comments are closed.