Odisha Link
Bridging the Missing Links in Odisha

ଭରତନାଟ୍ୟମ୍ ଶିଖୁଛନ୍ତି କଙ୍ଗନା

ମୁମ୍ବାଇ : ବଲିଉଡ଼ରେ ପୁଣି ଥରେ ଆଉ ଏକ ବାୟୋପିକ୍ ସିନେମା ପ୍ରସ୍ତୁତ କରାଯାଉଛି । ଏହି ବାୟୋପିକ୍ ଟି ତାମିଲନାଡୁର ପୂର୍ବ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ଉପରେ ବର୍ଣ୍ଣିତ ହେଉଛି । ଏହି ସିନେମାର ମୁଖ୍ୟ ଭୁମିକାରେ ଅଭିନେତ୍ରୀ କଙ୍ଗନା ରାନାୱତ୍ ନଜର ଆସିବେ । ସେ ନିଜର ଅଭିନୟର ଯାଦୁରେ ଲୋକଙ୍କର ମନ କିଣିନେଇଛନ୍ତି । କଙ୍ଗନା ତାଙ୍କର ଆଗାମି ସିନେମା ‘ଥାଲାଇବି’ର ଶୁଟିଙ୍ଗରେ ବ୍ୟସ୍ତ ଅଛନ୍ତି । ଜୟଲଳିତାଙ୍କ ଭୂମିକାରେ ଅଭିନୟ କରିବା ପାଇଁ କଙ୍ଗନା ନିଜକୁ ପ୍ରସ୍ତୁତ କରୁଛନ୍ତି । କଙ୍ଗନାଙ୍କ ଟିମ୍ ତାଙ୍କର କିଛି ଫଟୋ ସେୟାର କରିଛନ୍ତି, ଯେଉଁଥିରେ କଙ୍ଗନା ଭରତନାଟ୍ୟମ ଡାନ୍ସ କରୁଥିବାର ନଜର ଆସିଛନ୍ତି ।


ରାଜନୀତିକୁ ଆସିବା ପୂର୍ବରୁ ଜୟଲଳିତା ଜଣେ ମସହୂର ଅଭିନେତ୍ରୀ ଥିଲେ । ଜୟଲଳିତା ତାଙ୍କର ଅଭିନୟ ଜୀବନ ଭିତରେ ଶ୍ରେଷ୍ଠ ଅଭିନେତ୍ରୀ ଭାବରେ ୭ଥର ଫିଲ୍ମ‌ଫେୟାର ପୁରସ୍କାର ଏବଂ ୬ଥର ତାମିଲନାଡ଼ୁ ସିନେମା ପ୍ରଶଂସକ ପୁରସ୍କାର ପାଇଥିଲେ । ହୃତଘାଟରେ ଜୟଲଳିତା ୬ଡିସେମମ୍ବର ୨୦୧୬ ରେ ମୃତ୍ୟୁ ବରଣ କରିଥିଲେ । ସିନେମାଟିକୁ ଏଲ୍ ବିଜୟ ନିର୍ଦ୍ଦେଶନା ଦେଇଛନ୍ତି ଓ ଏହାକୁ ବିଜୟେନ୍ଦ୍ର ପ୍ରସାଦ ଲେଖିଛନ୍ତି । କଙ୍ଗନାଙ୍କ ସହ ଅରବିନ୍ଦ ସ୍ବାମି ମଧ୍ୟ ନଜର ଆସିିବେ।

Comments are closed.