Odisha Link
Bridging the Missing Links in Odisha

ଗାଧୋଇବା ବେଳେ ବୁଡିଗଲେ ଭାଇ ଓ ଭଉଣୀ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା କଣ୍ଟାବଣିଆ ଥାନା ଇଟାପ ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା। ମୃତକ ହେଉଛନ୍ତି ସତ୍ୟବ୍ରତ ରାଉତ ଏବଂ ଜ୍ୟୋର୍ତିମୟୀ ରାଉତ।
ଆଜି ସକାଳ ୧୦ଟା ବେଳେ ଗାଁ ନିକଟ ପାକଟବନ୍ଧକୁ ଗାଧୋଇବା ପାଇଁ ଯାଇଥିବା ବେଳେ ଉଭୟ ଭାଇ ଓ ଭଉଣୀ ବୁଡି ଯାଇଥିଲେ। ଗ୍ରାମବାସୀମାନେ ଉଭୟଙ୍କୁ ଉଦ୍ଧାର କରିଥିଲେ। ଘଟଣାସ୍ଥଳରେ ବଅଁରପାଳ ଦମକଳବାହିନୀ, କଣ୍ଟାବଣିଆ ପୋଲିସ ପହଞ୍ଚି ଗ୍ରାମବାସୀଙ୍କ ସହାୟତାରେ ଉଭୟଙ୍କୁ ଉଦ୍ଧାର କରିଥିଲେ। ମାତ୍ର ସେତେବେଳେଙ୍କୁ ଭାଇ ଓ ଭଉଣୀଙ୍କ ମୃତ୍ୟୁ ହୋଇଯାଇଥିଲା।

 

Comments are closed.