Odisha Link
Bridging the Missing Links in Odisha

୫-ଟି ସଚିବ ଆସିବା ଶୁଣି ରୋଗୀଙ୍କ ଲୁଗାପଟା ଫିଙ୍ଗିଦେଲେ

ମାଲକାନଗିରି: ୫-ଟି ସଚିବ ଏବଂ ଟିମ୍‌ଙ୍କ ଗସ୍ତ ପୂର୍ବରୁ ମାଲକାନଗିରି ମେଡ଼ିକାଲରେ ଦେଖିବାକୁ ମିଳିଥିଲା ଭିନ୍ନ ଦୃଶ୍ୟ। ପାଣ୍ଡିଆନଙ୍କ ଗସ୍ତକୁ ଦେଖି ରୋଗୀ ଏବଂ ରୋଗୀଙ୍କ ସମ୍ପର୍କୀୟ ମେଡ଼ିକାଲ୍ ହତାରେ ଶୁଖାଇଥିବା ଲୁଗାପଟା ସବୁକୁ କେହି ଜଣେ ଫିଙ୍ଗିଦେଇଥିଲେ।
ଗସ୍ତ ପୂର୍ବରୁ ପ୍ରସ୍ତୁତ ହୋଇନଥିବା ମେଡ଼ିକାଲ୍‌ର କେହି ଜଣେ କର୍ମଚାରୀ ମେଡ଼ିକାଲ୍ ପରିସରରେ ସ୍ୱଚ୍ଛତା ଦେଖାଇବାକୁ ଯାଇ ତୁରନ୍ତ ଏସବୁକୁ ଫିଙ୍ଗାଫୋପଡ଼ା କରିଥିବା ଅଭିଯୋଗ କରିଛନ୍ତି ରୋଗୀଙ୍କ ସମ୍ପର୍କୀୟ। ତେବେ ସିଡ଼ିଏମ୍ଓ କହିଛନ୍ତି, ସେଭଳି କିଛି ତାଙ୍କ ନଜରକୁ ଆସିନି। ଏଭଳି କରିବା ଅନୁଚିତ୍ ବୋଲି କହିଛନ୍ତି ସିଡିଏମ୍ଓ।

Comments are closed.